ଜୁଲାଇ ୮ରୁ ମାଟ୍ରିକ୍ ସପ୍ଲିମେଣ୍ଟାରୀ ପରିକ୍ଷା

ଭୁବନେଶ୍ୱର, ୧୩/୦୬(ଗ୍ରାଉଣ୍ଡଜିରୋଲାଇଭ):
ଜୁଲାଇ ୮ରୁ ଆରମ୍ଭ ହୋଇ ୧୪ ରେ ଶେଷ ହେବ ମାଟ୍ରିକ୍ ସପ୍ଲିମେଣ୍ଟାରୀ ପରିକ୍ଷା । ଏନେଇ ସୂଚନା ଦେଇଛନ୍ତି ମାଧ୍ୟମିକ ଶିକ୍ଷା ବୋର୍ଡ ସମ୍ପାଦକ ରାମାଶିଷ ହାଜରା । ସକାଳ ୯ଟାରୁ ଆରମ୍ଭ ହୋଇ ଦିନ ୧୧ଟା ୩୦ରେ ଶେଷ ହେବ ପରିକ୍ଷା । ଚଳିତ ବର୍ଷା ମାଟ୍ରିକ ଫଳ ମେ ୨୧ରେ ପ୍ରକାଶ ପାଇଥିଲା । ଏଥର ୫ ଲକ୍ଷ ୬୨ ହଜାର ୨୧୩ ଜଣ ପିଲା ପରିକ୍ଷା ଦେଇଥିଲେ । ଏଥି ମଧ୍ୟରୁ ୩ ଲକ୍ଷ ୯୭ ହଜାର ୧୨୫ ଜଣ ଛାତ୍ରଛାତ୍ରୀ ପାସ୍ କରିଥିଲେ । ୨୮୯ଟି ସ୍କୁଲରେ ଶତପ୍ରତିଶତ ରେଜଲ୍ଡ ହୋଇଥିବା ବେଳେ ୮୨ଟି ସ୍କୁଲରେ ଫଳ ଶୂନ ହୋଇଥିଲା । ଝାଡସୁଗୁଡା ଜିଲ୍ଲାରେ ପାସ୍ ହାର ସର୍ବାଧିକ ୮୫.୪୮ ପ୍ରତିଶତ ଥିବା ବେଳେ କୋରାପୁଟ ଜିଲ୍ଲାରେ ସର୍ବନିମ୍ନ ୫୦.୬୧ ପ୍ରତିଶତ ରହିଥିଲା । ଗତବର୍ଷ ତୁଳନାରେ ଏବର୍ଷର ପାସ ହାର ସାମାନ୍ୟ ହ୍ରାସ ପାଇଥିଲା ।

Leave a Reply

Your email address will not be published. Required fields are marked *