ଘରେ ରହିବାକୁ ପରାମର୍ଶ ଦେଉଛନ୍ତି ମାନୁସୀ ଛିଲ୍ଲର

ନୂଆଦିଲ୍ଲୀ,08 ଏପ୍ରିଲ :

ସାରା ଦେଶରେ ଆସନ୍ତା ଏପ୍ରିଲ ୧୪ ତାରିଖ ଯାଏଁ ଲକଡାଉନ ଲାଗୁ ହୋଇଛି । ଏହି ସମୟରେ ଦେଶବାସୀ ଘରେ ରହୁଛନ୍ତି । କରୋନା ସଂକ୍ରମଣ ରୋକିବା ପାଇଁ ଜନତାଙ୍କୁ ବାହାରକୁ ନବାହାରିବା ପାଇଁ ପରାମର୍ଶ ଦିଆଯାଉଛି । ଏହା ମଧ୍ୟରେ ହରିୟାଣା ମୁଖ୍ୟମନ୍ତ୍ରୀ ମନୋହରଲାଲ ଖଟ୍ଟର ୨୦୧୭ ମିସ୍ ଓ୍ୱାର୍ଲ୍ଡ ମାନୁସୀ ଛିଲ୍ଲରଙ୍କୁ ସଚେତନତା ସୃଷ୍ଟି କରିବା ପାଇଁ କହିଛନ୍ତି ।

ନିକଟରେ ମାନୁସୀ ଏକ ଭିଡିଓ ପୋଷ୍ଟ କରିଥିଲେ । ଏଥିରେ ସେ ହରିୟାଣାବାସୀଙ୍କୁ ଘରେ ଆଇସୋଲେସନରେ ରହିବାକୁ ପରାମର୍ଶ ଦେଇଥିଲେ । ସେ କହିଛନ୍ତି ଯେ, ସମସ୍ତେ କରୋନା ଭାଇରସର ଭୟାବହତାକୁ ଜାଣିଛନ୍ତି । ଏହା ବିରୋଧରେ ସମସ୍ତେ ମିଳିତ ଭାବେ ଲଢିବାର ଆବଶ୍ୟକତା ରହିଛି । ଏହାକୁ ରୋକିବାକୁ ପଡିବ । ଏହାସହ ମୋଦୀ ଡାକରା ଦେଇଥିବା ଲକଡାଉନକୁ ପାଳନ କରିବା ପାଇଁ ସେ ଦେଶବାସୀଙ୍କୁ ପରାମର୍ଶ ଦେଇଛନ୍ତି ।

 

ସେ ଆହୁରି କହିଛନ୍ତି ଯେ, ସେ ନିଜେ ମଧ୍ୟ ଘରେ ରହୁଛନ୍ତି । ସାମାଜିକ ଦୂରତା ରକ୍ଷା କରୁଛନ୍ତି । ଏହା ନିଜ ପାଇଁ ଏବଂ ତାଙ୍କ ପରିବାର ପାଇଁ ଲାଭଦାୟକ । ନିଜେ ଚାହିଁଲେ ହିଁ କେବଳ କରୋନା ଭାଇରସକୁ ମାତ ଦେଇହେବ ବୋଲି ସେ କହିଛନ୍ତି । ଏହାସହ ତାଙ୍କ ପରାମର୍ଶ ସମସ୍ତେ ମାନିବା ସହ କରୋନା ବିରୋଧୀ ଲଢେଇରେ ବିଜୟୀ ହେବ ବୋଲି ସେ ଆଶା କରିଛନ୍ତି ।

Leave a Reply

Your email address will not be published. Required fields are marked *