ମେକ୍ ଇନ୍ ଓଡିଶାରେ ପୁଞ୍ଜିନିବେଶ କରିବ ଫ୍ରାନ୍ସ

ଭୁବନେଶ୍ୱର, ୧୫/୦୯(ଗ୍ରାଉଣ୍ଡଜିରୋ ଲାଇଭ) : 
ସନ୍ତା ନଭେମ୍ବରରେ ଓଡ଼ିଶାରେ ହେବାକୁଥିବା ମେକ୍ ଇନ୍ ଓଡିଶାରେ ଭାଗ ନେବ ଫ୍ରାନ୍ସ । ଓଡ଼ିଶାରେ ପୁଞ୍ଜି ନିବେଶ ପାଇଁ  ଫ୍ରାନ୍ସ ଇଚ୍ଛା ପ୍ରକାଶ କରିଛି  ।ଏନେଇ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ଭେଟି ଆଲୋଚନା କରିଛନ୍ତି ଫ୍ରାନ୍ସ ରାଷ୍ଟ୍ରଦୂତ ଆଲେକଜାଣ୍ଡର ଜିଏଗ୍ଲର । ମୁଖ୍ୟମନ୍ତ୍ରୀଙ୍କୁ ସଚିବାଳୟରେ ସାକ୍ଷାତ କରିବା ପରେ କହିଛନ୍ତି ଫ୍ରାନ୍ସ ରାଷ୍ଟ୍ରଦୂତ ଆଲେକଜାଣ୍ଡର ଜିଏଗ୍ଲର ।ତେବେ ଆସନ୍ତା ନଭେମ୍ବର ୧୧ ତାରିଖରୁ ୧୫ ତାରିଖ ପର୍ଯ୍ୟନ୍ତ ଭୁବନେଶ୍ୱରରେ ଦ୍ୱିତୀୟ ପର୍ଯ୍ୟାୟ ମେକ୍ ଇନ୍ ଓଡ଼ିଶା କନକ୍ଲେଭ ଅନୁଷ୍ଠିତ ହେବ । କିଛି ଦିନ ପୂର୍ବେ ଦିଲ୍ଲୀ ଏବଂ ଏହା ପୂର୍ବରୁ ମୁମ୍ବାଇରେ ମଧ୍ୟ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ରୋଡ୍ ସୋ କରିଥିଲେ । ଏଇ ମାସ ଶେଷ ସପ୍ତାହରେ ଚେନ୍ନାଇରେ ବି ରୋଡ୍ ସୋ’ ଆୟୋଜନ କରାଯିବାକୁ ନିଷ୍ପତ୍ତି ନିଆଯାଇଥିବା ବେଳେ, ‘ମେକ୍ ଇନ୍ ଓଡିଶା’ କନକ୍ଲେଭ୍ କୁ ସକସେସ୍ କରିବା ଏବଂ ଓଡିଶାକୁ ଅଧିକ ପୁଞ୍ଜି ଆକର୍ଷଣ କରିବାକୁ ଚୀନ, ଜାପାନ, ଦକ୍ଷିଣ କୋରିଆ ଆଦି ଦେଶରେ ବି  ଆୟୋଜନ ଶିଳ୍ପ ବିଭାଗ ରୋଡ୍ ସୋ କରିସାରିଛି ା

 

Leave a Reply

Your email address will not be published. Required fields are marked *