ଲଘୁଚାପର ରୂପ ନେବ ଘୂର୍ଣ୍ଣିବଳୟ, ବର୍ଷିବ ତିନି ଦିନ । ସୂଚନା ଦେଲା ପାଣିପାଗ ବିଭାଗ ।

ଭୁବନେଶ୍ୱର,୧୮/୦୮(ଗ୍ରାଉଣ୍ଡଜିରୋ ଲାଇଭ) : 
ପାଣିପାଗ ବିଭାଗର ସୂଚନା ଅନୁସାରେ ଉତ୍ତର ବଙ୍ଗୋପସାଗରରେ ଆଉ ଏକ ଘୂର୍ଣ୍ଣିବଳୟ ସୃଷ୍ଟି ହୋଇଛି  । ଯାହା ୨୪ ଘଣ୍ଟା ମଧ୍ୟରେ ଲଘୁଚାପର ରୂପ ନେବାକୁ ଯାଉଛି  । ଏହି ଲଘୁଚାପ ପ୍ରଭାବରେ ଦକ୍ଷିଣ ଓଡିଶା ଓ ଉପକୂଳ ଓଡିଶାରେ ଅଧିକ ବର୍ଷା ହେବାର ସମ୍ଭାବନା ରହିଛି  । ଆଞ୍ଚଳିକ ପାଣିପାଗ କେନ୍ଦ୍ରର ସୂଚନା ଅନୁଯାୟୀ  ଖୋର୍ଦ୍ଧା, କଟକ, ପୁରୀ, ଗଜପତି, ଗଞ୍ଜାମ, କେରାପୁଟ ଓ ଜଗତସିଂହପୁରରେ ଅଧିକ ବର୍ଷା ହୋଇପାରେ  । ଏଥିପାଇଁ ୨୦ ଓ ୨୧ ତାରିଖରେ  ମତ୍ସ୍ୟଜୀବିମାନଙ୍କୁ ସମୁଦ୍ରକୁ ନଯିବା ପାଇଁ ସୂଚନା ଦିଆଯାଇଛି  । ଏହି ଲଘୁଚାପରେ ତିନି ଦିନ ଧରି ବର୍ଷା ଲାଗିରହିବ ବୋଲି କହିଛି ଆଞ୍ଚଳିକ ପାଣିପାଗ ବିଭାଗ  ।

 

Leave a Reply

Your email address will not be published. Required fields are marked *