ଦିଲ୍ଲୀରେ ଡେୟାରଡେଭିଲ୍ସକୁ ହରାଇଲା ପଞ୍ଜାବ

ନୂଆଦିଲ୍ଲୀ, ୨୪।୪(ଗ୍ରାଉଣ୍ଡଜିରୋ ଳାଇଭ): ଫିରୋଜ ଶାହ କୋଟଲା ଗ୍ରାଉଣ୍ଡରେ ସୋମବାର ଅନୁଷ୍ଠିତ ଅାଇପିଏଲ ମ୍ୟାଚରେ କିଙ୍ଗ୍ସ ଇଲେଭେନ ପଞ୍ଜାବ ୪ ରନରେ ଦିଲ୍ଲୀ ଡେୟାରଡେଭିଲ୍ସକୁ ପରାସ୍ତ କରିଛି । ମ୍ୟାଚରେ ବଡ଼ ସ୍କୋର ହୋଇ ନ ଥିଲେ ହେଁ ପଞ୍ଜାବ ପକ୍ଷରୁ ଧାର୍ଯ୍ୟ ୧୪୪ ରନ ବିଜୟ ଲକ୍ଷ୍ୟକୁ ଦିଲ୍ଲୀ ଚେଜ୍‌ କରିପାରି ନ ଥିଲା। ଶ୍ରେୟାସ ଆୟାରଙ୍କ ଅର୍ଦ୍ଧଶତକ ସତ୍ତ୍ୱେ ଦଳ ୨୦ ଓଭରରେ ୮ ଓ୍ବିକେଟ୍ ହରାଇ ୧୩୯ ରନ କରିବାକୁ ସକ୍ଷମ ହୋଇଥିଲା । ଟସ୍‌ ହାରି ପ୍ରଥମେ ବ୍ୟାଟିଂ କରୁଥିବା ପଞ୍ଜାବର ଇନିଂସ ୨୦ ଓଭରରେ ୧୪୩/୮ରେ ସୀମିତ ରହିଥିଲା । ପଞ୍ଜାବ ତରଫରୁ ଲୋକେଶ ରାହୁଲ ୨୩, ମାୟଙ୍କ ଅଗ୍ରଓ୍ବାଲ ୨୧ ଓ କରୁଣ ନାୟାର ସର୍ବାଧିକ ୩୪ ରନ କରିବାକୁ ସକ୍ଷମ ହୋଇଥିଲେ । ମିଡିଲ ଅର୍ଡରରେ ଯୁବରାଜ ସିଂ(୧୪)ଙ୍କ ବିଫଳତା ଜାରି ରହିଥିବାବେଳେ ଡେଭିଡ ମିଲର ୨୬ ରନର ଯୋଗଦାନ ଦେଇଥିଲେ । ଶେଷଭାଗରେ ଅଧିନାୟକ ରବିଚନ୍ଦ୍ରନ ଅଶ୍ୱିନ ମାତ୍ର ୬ ରନ କରି ପ୍ୟାଭିଲିୟନ ଫେରିଥିଲେ । ଦିଲ୍ଲୀ ବୋଲରମାନେ ଚମତ୍କାର ବୋଲିଂ କରିଥିଲେ । ଲିଆମ ପ୍ଲଙ୍କେଟ ୪ ଓଭରରେ ମାତ୍ର ୧୭ ରନ ଦେଇ ୩ଟି ଉଇକେଟ ନେଇଥିବାବେଳେ ଟ୍ରେଣ୍ଟ ବୋଲ୍ଟ ଓ ଆଭେଶ ଖାଁ ୨ଟି ଲେଖାଏ ଏବଂ ଡାନିଏଲ କ୍ରିଷ୍ଟିଆନ ଗୋଟିଏ ଓ୍ବିକେଟ୍ ପାଇଥିଲେ।

Leave a Reply

Your email address will not be published. Required fields are marked *