ମନ୍ତ୍ରୀ ପଦ ନମିଳିବାରୁ ଦୁଃଖରେ ଅଛନ୍ତି ଜୁଏଲ ଓରାମ

ରାଉରକେଲା, ୧୩/୦୬(ଗ୍ରାଉଣ୍ଡଜିରୋଲାଇଭ):
୨ ଥର କେନ୍ଦ୍ର ମନ୍ତ୍ରୀ ମଣ୍ଡଳରେ ଆଦିବାସୀ ବ୍ୟାପାରରେ ମନ୍ତ୍ରୀ ଭାବେ ଦାୟିତ୍ୱ ତୁଲାଇଥିବା ସୁନ୍ଦରଗଡ ସାଂସଦ ଜୁଏଲ ଓରାମ ଏଥର ମୋଦିଙ୍କ ମନ୍ତ୍ରୀ ମଣ୍ଡଳରେ ସ୍ଥାନ ପାଇନାହାନ୍ତି । ଏହାକୁ ନେଇ ଚର୍ଚ୍ଚା ଯୋର ଧରିଥିବା ବେଳେ ତାଙ୍କ ସମର୍ଥକ ମାନେ ଏହାକୁ ସହଜରେ ଗ୍ରହଣ କରିପାରୁନାହାନ୍ତି । ମୋଦିଙ୍କ ଶପଥ ଗ୍ରହଣ ସମାରୋହରେ ଜୁଏଲ ଉପସ୍ଥିତ ନଥିବାରୁ ମନ୍ତ୍ରୀ ପଦ ନମିଳିବାରୁ ସେ ମନ ଦୁଃଖ କରିଛନ୍ତି ବୋଲି ଚର୍ଚ୍ଚା ହୋଇଥିଲା । ପୁର୍ନବାର ସୁନ୍ଦରଗଡ ସାଂସଦ ଭାବେ ନିର୍ବାଚିତ ହୋଇଥିବା ଜୁଏଲଙ୍କୁ ଗତକାଲି ସଂଧ୍ୟାରେ ରାଉରକେଲାର ଭଞ୍ଜଭବନରେ ବିଜେପି ପକ୍ଷରୁ ସମ୍ବର୍ଦ୍ଧନା କରାଯାଇଥିଲା । ଏହି ସ୍ୱାଗତ ସମ୍ବର୍ଦ୍ଧନା ଉତ୍ସବରେ ଜୁଏଲ ଓରାମ ନିଜ ବ୍ୟକ୍ତିଗତ କଥା କହୁ କହୁ ନିଜ ମନ କଥା ମଧ୍ୟ ବଖାଣିଥିଲେ । ସେ ଆଶା ରଖିଥିଲେ ଯେ ସେ ଏଥର ମଧ୍ୟ ମନ୍ତ୍ରୀ ପଦ ପାଇବେ । ଏନେଇ ସବୁଠି ମଧ୍ୟ ଚର୍ଚ୍ଚା ଚାଲିଥିଲା କିନ୍ତୁ ଯେତେବେଳେ ସେ ଶୁଣିବାକୁ ପାଇଲେ ଯେ ତାଙ୍କୁ ମନ୍ତ୍ରୀ ପଦରୁ ଏଥର ବାଦ୍ ଦିଆଯାଇଛି ସେ ସମୟରେ ତାଙ୍କୁ ଟକିିଏ ଦୁଃଖ ଲାଗିଥିଲା । କିଛି ସମୟ ପାଇଁ ସେ ମଧ୍ୟ ଚୁପ୍ ହୋଇଯାଇଥିଲେ ଏବଂ କଷ୍ଟ ମଧ୍ୟ ଅନୁଭବ କରିଥିଲେ । ସେ ମୋଦିଙ୍କ ଶପଥ ଗ୍ରହଣ ଉତ୍ସବକୁ ଏଥି ପାଇଁ ଯାଇନଥିଲେ କି ସେ ତାଙ୍କ ସ୍ତ୍ରୀଙ୍କୁ ନେଇ ସେଦିନ ଦିଲ୍ଲୀ ଯାଇଥିଲେ, ମାତ୍ର ତାଙ୍କ ସ୍ତ୍ରୀ ମନାକରିବାରୁ ସେ ଶପଥ ଗ୍ରହଣ ଉତ୍ସବକୁ ଯାଇପାରିଲେ ନାହିଁ ବୋଲି ଦର୍ଶାଇଛନ୍ତି । ମନ୍ତ୍ରୀମଣ୍ଡଳରେ ସ୍ଥାନ ନମିଳିବା ନେଇ ସେ କାହାକୁ ଦୋଷ ନଦେଇ, ଏହା କହିଛନ୍ତି କି କାହାକୁ ମନ୍ତ୍ରୀ ପଦ ଦିଆଯିବ ତାହା ହେଉଛି ପ୍ରଧାନମନ୍ତ୍ରୀଙ୍କ ବ୍ୟକ୍ତିଗତ ନିଷ୍ପତି । ଏବେ ମୁଁ ଜଣେ ସାଂସଦ ଭାବେ ପୁନଃ ନିର୍ବାଚିତ ହୋଇଥିବାରୁ ବହୁତ ଖୁସି ଅଛି ।

Leave a Reply

Your email address will not be published. Required fields are marked *