ବୀର ସୁରେନ୍ଦ୍ର ସାଏ ନାମରେ ନାମିତ ହେଲା ଝାରସୁଗୁଡ଼ା ବିମାନ ବନ୍ଦର : ମିଳିଲା କ୍ୟାବିନେଟ୍ ମଞ୍ଚୁରୀ

ଝାରସୁଗୁଡା, ୦୧/୧୧(ଗ୍ରାଉଣ୍ଡଜିରୋ ଲାଇଭ) :
ଝାରସୁଗୁଡ଼ା ବିମାନ ବନ୍ଦର ଏବେ ସୁରେନ୍ଦ୍ର ସାଏ ବିମାନ ବନ୍ଦର ନାମରେ ଜଣାଯିବ । ଏହି ନାମକରଣ ପ୍ରସ୍ତାବକୁ କେନ୍ଦ୍ର କ୍ୟାବିନେଟର ଆଜି ମଞ୍ଜୁରୀ ପ୍ରଦାନ କରିଛନ୍ତି । ଏନେଇ ଗୁରୁବାର କେନ୍ଦ୍ରମନ୍ତ୍ରୀ ଜୁଏଲ ଓରାମ୍ ସୂଚନା ଦେଇଛନ୍ତି । ସୂଚନାଯାଗ୍ୟ, ଗତ ସେପ୍ଟେମ୍ବର ୨୨ ତାରିଖରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଝାରସୁଗୁଡ଼ା ବିମାନ ବନ୍ଦରର ଉଦଘାଟନ କରିଥିଲେ । ଏହି ଅବସରରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଝାରସୁଗୁଡ଼ା ବିମାନ ବନ୍ଦରରକୁ ସ୍ୱାଧୀନତା ସଂଗ୍ରାମୀ ବୀର ସୁରେନ୍ଦ୍ର ସାଏଙ୍କ ନାମରେ ନାମିତ କରିବାକୁ ପ୍ରଧାନମନ୍ତ୍ରୀଙ୍କୁ ଅନୁରୋଧ କରିଥିଲେ । ପ୍ରଧାନମନ୍ତ୍ରୀ ମଧ୍ୟ ଉଦଘାଟନୀ ଅବସରରେ ଘୋଷଣା କରିଥିଲେ । କିନ୍ତୁ ଉଦଘାଟନକୁ ଏକ ମାସ ପୁରି ଯାଇଥିଲେ ମଧ୍ୟ କୌଣସି ପଦକ୍ଷେପ ଗ୍ରହଣ କରାଯାଇ ନ ଥିଲା ।  ସେଥିପାଇଁ ଅକ୍ଟୋବର ୩୦ରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ପ୍ରଧାନମନ୍ତ୍ରୀଙ୍କୁ ଏକ ଚିଠି ଲେଖିଥିଲେ ।  ସେହିପରି ଭୁବନେଶ୍ବର-ନୂଆଦିଲ୍ଲୀ ବିମାନ ଝାରସୁଗୁଡ଼ା ଦେଇ ଚଳାଚଳ ଆରମ୍ଭ ହେଲେ ପଶ୍ଚିମ ଓଡ଼ିଶାର ଲୋକମାନେ ବିଶେଷ ଭାବେ ଉପକୃତ ହୋଇପାରିବେ ବୋଲି ମୁଖ୍ୟମନ୍ତ୍ରୀ ଚିଠିରେ ଦର୍ଶାଇଥିଲେ ।ତେବେ ଏହି ବିମାନ ବନ୍ଦରକୁ ବୀର ସୁରେନ୍ଦ୍ର ସାଏଙ୍କ ନାମରେ ନାମିତ କରାଯାଇଛି । ଏହାକୁ କେନ୍ଦ୍ର କ୍ୟାବିନେଟ୍‌ରେ ମଂଜୁରୀ ମିଳିଛି । ଏଥିପାଇଁ କେନ୍ଦ୍ର ମନ୍ତ୍ରୀ ଶ୍ରୀ ଓରାମ ପ୍ରଧାନମନ୍ତ୍ରୀଙ୍କୁ ଧନ୍ୟବାଦ ଜଣାଇଛନ୍ତି ।

 

 

 

 

Leave a Reply

Your email address will not be published. Required fields are marked *