ଟେଲିଭିଜନ ସ୍କ୍ରିନରେ ଜୟପ୍ରଦାଙ୍କ ଡେବ୍ୟୁ

ମୁମ୍ବାଇ, ୦୪/୦୯ (ଗ୍ରାଉଣ୍ଡଜିରୋ ଲାଇଭ):
ଟେଲିଭିଜନ ଜଗତରେ ଡେବ୍ୟୁ କରିଛନ୍ତି ବଲିଉଡ ଷ୍ଟାର ଜୟପ୍ରଦା । କିଛିଦିନ ମଧ୍ୟରେ ଆଣ୍ଡ ଟିଭିର ପରଫେକ୍ଟ ପତି ସୋରେ କଳାକାର ଭାବେ ଜୟପ୍ରଦା ନଜର ଆସିବେ । ୫୬ ବର୍ଷ ପରେ ମଧ୍ୟ ସେ ଅଭିନୟ ପାଇଁ ଆଗ୍ରହ ପ୍ରକାଶ କରିଛନ୍ତି । ଏଭଳି କିଛି ପ୍ରଶ୍ନ ଉଠିବାରୁ ସେ ଉତ୍ତର ଦେଇଛନ୍ତି ଯେ, ଅଭିନୟ ହେଉଛି ତାଙ୍କ ପରିଚୟ, ଏହା ହିଁ ଅସ୍ତିତ୍ୱ ।
ପରଫେକ୍ଟ ପତି ସିରିୟେଲରେ ସେ ଭଲ ଅଭିନୟ କରି ଦର୍ଶକଙ୍କ ମନ ଜିଣିବେବୋଲି ଆଶା ରଖିଛନ୍ତି । ସେ ତାଙ୍କର ଏହି ଅଭିନୟ ସୁଯୋଗ ପାଇଁ ଧନ୍ୟବାଦ ଜଣାଇବା ସହ ଏହି ସୋକୁ ନେଇ ଅତ୍ୟନ୍ତ ଖୁସି ବୋଲି ସୋସିଆଲ ମିଡିଆରେ ସେୟାର କରିଛନ୍ତି ।

Leave a Reply

Your email address will not be published. Required fields are marked *