ଜଗମୋହନ ରେଡ୍ଡୀଙ୍କୁ ମିଳିପାରେ ଉପବାଚସ୍ପତି ପଦ

ନୂଆଦିଲ୍ଲୀ, ୧୨/୦୬(ଗ୍ରାଉଣ୍ଡଜିରୋଲାଇଭ) :
ଆନ୍ଧ୍ରପ୍ରଦେଶରେ ରାଜ କରୁଥିବା ଶାସକ ଦଳ ୱାଇଏସଆର କଂଗ୍ରେସକୁ ଲୋକସଭା ଉପବାଚସ୍ପତି ପଦ ମିଳିପାରେ ବୋଲି ଚର୍ଚ୍ଚା ଯୋରଧରିଛି । ଗତକାଲି ଆନ୍ଧ୍ରପ୍ରଦେଶ ମୁଖ୍ୟମନ୍ତ୍ରୀ ଜଗନମୋହନ ରେଡ୍ଡୀଙ୍କୁ ବିଜେପି ସାଂସଦ ଜିଭିଏଲ ନରସିହ୍ମା ଭେଟି ଏହି ପ୍ରସ୍ତାବ ଦେଇଥିଲେ । ୱାଇଏସଆର କଂଗ୍ରେସର ନିର୍ବାଚିତ ୨୨ ସାଂସଦଙ୍କ ମଧ୍ୟରୁ ଜଣକୁ ଉପବାଚସ୍ପତି କରିବା ପାଇଁ ପ୍ରସ୍ତାବ ଦେଇଛନ୍ତି ଜିଭିଏଲ । ଏହି ପ୍ରସ୍ତାବକୁ ନେଇ ଜଗମୋହନ ରେଡ୍ଡୀ ଚୁପ୍ ରହିଥିବା ବେଳେ ନିଷ୍ପତି ନେବା ପାଇଁ ଅଧିକ ସମୟ ମାଗିଛନ୍ତି । ଆନ୍ଧ୍ରପ୍ରଦେଶର ନିର୍ବାଚନରେ ଉଭୟ ମୁସଲିମ୍ ଓଖ୍ରୀଷ୍ଟିଆନ ସମ୍ପ୍ରଦାୟ ବିପୁଳ ମାତ୍ରାରେ ଭୋଟ ଦେଇ ୱାଇଏସଆର କଂଗ୍ରେସକୁ ଜିତାଇଥିବାରୁ ସବୁ ଦିଗରୁ ତର୍ଜମା କରି ନିସ୍ପତି ନେବେ ବୋଲି କହିଛନ୍ତି ଜଗନ । କେବଳ ନରସିହ୍ମା ନୁହେଁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଓ ବିଜେପି ରାଷ୍ଟ୍ରିୟ ସଭାପତି ଏହି ପ୍ରସ୍ତାବ ନେଇ ଜଗନଙ୍କୁ ଭେଟିଥିଲେ । ପୂର୍ବରୁ ଏହି ପଦ ପାଇଁ ବିଜେଡିକୁ ମିଳିବା ନେଇ ଚର୍ଚ୍ଚା ଯୋର ଧରିଥିବା ବେଳେ ଶିବସେନା ଦଳ ଏହାକୁ ତିବ୍ର ନିନ୍ଦା କରିଥିଲା । ଆସନ୍ତା ୧୭ରେ ସଂସଦୀୟ ଅଧିବେଶନ ଆରମ୍ଭ ହେବ । ତାପରେ ବାଚସ୍ପତି ଓ ଉପବାଚସ୍ପତି ପଦ ପାଇଁ ନିର୍ବାଚନ ହେବ । ଏନେଇ ଉପବାଚସ୍ପତି ପଦ କାହାକୁ ମଳିବ ତାଉପରେ ସମସ୍ତଙ୍କ ନଜର ରହିଛି ।

Leave a Reply

Your email address will not be published. Required fields are marked *