ବିଶ୍ବ କୁସ୍ତି ଚାମ୍ପିଅନସିପ୍‌ର ଫାଇନାଲରୁ ଓହରିଲେ ଦୀପକ ପୁନିଆ

କାଜାଖସ୍ତାନ, 22 ସେପ୍ଟେମ୍ବର(ଗ୍ରାଉଣ୍ଡ ଜିରୋ ଲାଇଭ):

 କୁସ୍ତିଯୋଦ୍ଧା ଦୀପକ ପୁନିଆ ୮୬ କେଜି ବର୍ଗର ଫାଇନାଲରୁ ଓହରି ଯାଇଛନ୍ତି । ରବିବାର ବିଶ୍ୱ ଚାମ୍ପିୟନଶିପର  ଫାଇନାଲରେ ସେ ଇରାନର କିମ୍ବଦନ୍ତୀ ହାଜସାନ ୟାଜଦାନିଙ୍କୁ ଭେଟିବାର ଥିଲା। କିନ୍ତୁ ସେମିଫାଇନାଲରେ ତାଙ୍କ ବାମଗୋଡ଼ ଗୋଇଠିରେ ଆଘାତ ଲାଗିବା କାରଣରୁ ସେ ଫାଇନାଲ ଖେଳିପାରିବେ ନାହିଁ । ଚାଲିବାବେଳେ ବାମ ପାଦରେ କଷ୍ଟ ଅନୁଭବ ହେଉଛି । ୟାଜଦାନିଙ୍କ ସହ ଲଢ଼ିବାକୁ ଏହା ସବୁଠୁ ବଡ଼ ସୁଯୋଗ ଥିଲା  କିନ୍ତୁ ମୁଁ ଲଢ଼ି ପାରିବି ନାହିଁ ବୋଲି ଦୀପକ କହିଛନ୍ତି।

୨୦ ବର୍ଷୀୟ ରେସଲରଙ୍କୁ ରୌପ୍ୟ ପଦକରେ ସନ୍ତୁଷ୍ଟ ହେବାକୁ ପଡ଼ିଛି। ସୁଇଜରଲାଣ୍ଡର ଷ୍ଟେଫାନ ରିଜମୁଥଙ୍କ ବିପକ୍ଷ ସେମିଫାଇନାଲ ମ୍ୟାଚ୍‌ ପରେ ଦୀପକ ଛୋଟେଇ ଛୋଟେଇ ମ୍ୟାଟରୁ ଫେରିଥିଲେ। ତାଙ୍କ ଆଖିରେ ମଧ୍ୟ ଆଘାତ ଲାଗିଥିଲା। ଉଲ୍ଲେଖଥାଉ କି ଦୁଇ ଥର ଅଲିମ୍ପିକ୍‌ ପଦକ ବିଜେତା ସୁଶୀଲ କୁମାର ଏକମାତ୍ର ଭାରତୀୟ ରେସଲର ଭାବେ ବିଶ୍ୱ ଚାମ୍ପିୟନ ଟାଇଟଲ ଜିତିଥିଲେ। ୨୦୧୦ ବିଶ୍ୱ ଚାମ୍ପିୟନଶିପ ମସ୍କୋଠାରେ ୬୬ କେଜି ବର୍ଗରେ ଏହି ସଫଳତା ପାଇଥିଲେ।

Leave a Reply

Your email address will not be published. Required fields are marked *