କମଳା ରଙ୍ଗର ଜର୍ସି ପିନ୍ଧି ଆସନ୍ତା କାଲି ଇଂଲଣ୍ଡକୁ ଭେଟିବ ଭାରତ

ମାଂଚେଷ୍ଟର, ୨୯/୦୬(ଗ୍ରାଇଣ୍ଡଜିରୋଲାଇଭ):
ଗୋଟିଏ ପରେ ଗୋଡିଏ ବିଜୟ ହାସଲ କରିସାରିବା ପରେ ଏବେ ଦଳର ଜର୍ସିର ରଙ୍ଗରେ ପରିବର୍ତ୍ତନ କରାଯାଇଛି । ଏବେ ନିଳ ରଙ୍ଗର ନୁହେଁ କମଳା ରଙ୍ଗର ଜର୍ସି ପିନ୍ଧି ଭାରତୀୟ ଖେଳାଳି ମାନେ ପଡିଆରେ ନଜର ଆସିବେ । ଆସନ୍ତାକାଲି ଇଂଲଣ୍ଡ ବିପକ୍ଷରେ ହେବାକୁ ଥିବା ହାଇଭୋଲଟେଜ ମ୍ୟାଚରେ ଭାରତୀୟ ଦଳ ନୂଆ ଲୁକରେ ମୈଦାନକୁ ଓହ୍ଲାଇବେ । କମଳା ରଙ୍ଗର ଜର୍ସି ପରିଧାନ କରି ଭାରତୀୟ ଦଳ ପଡିଆକୁ ଓହ୍ଲାଇବେ । ନୂଆ ରଙ୍ଗର ଜର୍ସି ପନ୍ଧିି ଭାରତ ବିଜୟ ହାସଲ କରିବା ଲକ୍ଷ୍ୟରେ ରହିବ । ପ୍ରଥମ ଥର ପାଇଁ ଚଳିତ ବିଶ୍ୱକପରେ ଭାରତ ଇଂଲଣ୍ଡ ବିପକ୍ଷରେ ନୂଆ ରଙ୍ଗର ଜର୍ସି ପିନ୍ଦି ପଡିଆକୁ ଓହ୍ଲାଇବ । ଏହି ନୂଆ ଜର୍ସିର ଫଟୋ ଗତକାଲି ସୋସିଆଲ ମିଡିଆରେ ସେୟାର କରିଥିଲା ବିସିସିଆଇ । ଆଉ ଏବେ ଏହି ଜର୍ସି ପିନ୍ଧି ଫଟୋ ସୁଟ୍ କରିଛି ଭାରତୀୟ ଦଳ । ସମସ୍ତେ ଏହି ଜର୍ସି ପିନ୍ଧି ନୂଆ ଲୁକରେ ନଜର ଆସିଛନ୍ତି । ଆସନ୍ତାକାଲି ଏହି ନୂଆ ଲୁକରେ ଭାରତ ଓ ଇଂଲଣ୍ଡ ମଧ୍ୟରେ ଏକ ଦମଦାର ମ୍ୟାଚ ଦେଖିବାକୁ ମିଳିବ । ଆସନ୍ତାକାଲିର ଦିନକୁ ଅତି ଉତ୍କଣ୍ଠାର ସହ ସମସ୍ତେ ଅପେକ୍ଷା କରିଛନ୍ତି ।

Leave a Reply

Your email address will not be published. Required fields are marked *