ଭାରତ-ପାକିସ୍ତାନ ହାଇଭୋଲଟେଜ୍ ମ୍ୟାଚରେ ଟସ୍ ଜିତି ବ୍ୟାଟିଂ ନିଷ୍ପତି ନେଲା ପାକିସ୍ତାନ

ନୂଆଦିଲ୍ଲୀ, ୧୯/୦୯(ଗ୍ରାଉଣ୍ଡଜିରୋ ଲାଇଭ) : ଆଜି ଏସିଆକପ୍ ୨୦୧୮ର ସବୁଠାରୁ ରୋମାଞ୍ଚକର ମ୍ୟାଚ୍ ଆରମ୍ଭ ହୋଇଯାଇଛି । ଏହି ମ୍ୟାଚରେ ପାକିସ୍ତାନ ଟସ୍ ଜିତି ବ୍ୟାଟିଂ କରିବାକୁ ନିଷ୍ପତି ନେଇଛି । ଶେଷ ଖବର ସୁଧା ପାକିସ୍ତାନ ୧୨ଓଭରରେ ୨ ୱିକେଟ ହରାଇ ସଂଗ୍ରହ କରିଛି ୩୯ରନ୍ । ସୂଚନାଯୋଗ୍ୟ, ପାକିସ୍ତାନ ଓ ଭାରତ ମଧ୍ୟରେ ଏସିଆ କପରେ ମୁକାବିଲା ସମାନ ରହିଆସିଛି । କିନ୍ତୁ ଇତିହାସରେ ଦିନିକିଆ ମ୍ୟାଚରେ ଭାରତ ସବୁବେଳେ ପାକିସ୍ତାନ ଟିମ୍ ଉପରେ ଭାରି ପଡୁଥିବା ଦେଖିବାକୁ ମିଳିଛି । ଭାରତ-ପାକିସ୍ତାନର ଏହି ମ୍ୟାଚ୍ ଦୁବାଇ ଇଣ୍ଟରନ୍ୟାସନାଲ ଷ୍ଟାଡିୟମରେ ଅନୁଷ୍ଠିତ ହେଇଛି, ଯେଉଁଠି ଫ୍ୟାନ୍ସମାନଙ୍କର ଭିଡ ମଧ୍ୟ ଦେଖିବାକୁ ମିଳିଛି ।

Leave a Reply

Your email address will not be published. Required fields are marked *