ଅଟକିଲା ଭାରତର ବିଜୟ ଧାରା

ବର୍ମିଂହାମ, ୦୧/୦୭(ଗ୍ରାଇଣ୍ଡଜିରୋଲାଇଭ):
ଗତକାଲି ବର୍ମିଂହାମରେ ଇଂଲଣ୍ଡ ଓ ଭାରତ ମଧ୍ୟରେ ହୋଇଥିବା ବିଶ୍ୱକପ ଲଢେଇରେ ଇଂଲଣ୍ଡ ବାଜି ମାରି ନେଇଛି । ଇଂଲଣ୍ଡ ଭାରତକୁ ୩୧ ରନରେ ପରାସ୍ତ କରିଛି । ଏହା ପୁର୍ବରୁ ଭାରତ ପୂର୍ବ ମ୍ୟାଚ ଗୁଡକରେ ବିଜୟ ଧାରା ଜାରି ରଖିଥିବା ବେଳେ ଗତକାଲି ମ୍ୟାଚରେ ହାରିବା ପରେ ବିଜୟ ଧାରା ଅଟକି ଯାଇଛି । ଟସ୍ ଜିତି ପ୍ରଥମେ ଇଂଲଣ୍ଡ ବ୍ୟାଟିଙ୍ଗ କରିବାର ନିଷ୍ପତି ନେଇଥିଲା । ଓଭର ଶେଷ ସୁଧା ଇଂଲଣ୍ଡ ଦଳ ୭ ୱିକେଟ୍ ହରାଇ ୩୩୭ ରନ କରି ଭାରତୀୟ ଦଳକୁ ୩୩୮ ରନର ବିଜୟ ଲକ୍ଷ୍ୟ ଦେଇଥିଲା । ଭାରତୀୟ ଦଳ ବିଜୟ ଲକ୍ଷ୍ୟକୁ ଆଶା ରଖି ଓଭର ଶେଷ ସୁଧା ୫ ୱିକେଟ୍ ହରାଇ ୩୦୬ ରନ ସଂଗ୍ରହ କରିଥିଲା । ଭାତୀୟ ଦଳ ପକ୍ଷରୁ ରୋହିତ ଶର୍ମା ୧୦୨ କରିଥିବା ବେଳେ ବିରାଟ କୋହଲି ୬୬ ଓ ହାର୍ଦିକ ପାଣ୍ଡ୍ୟା ୪୫ ରନ କରିଥିଲେ । ଏହି ମ୍ୟାଚରେ ୫ଟି ୱିକେଟ୍ ନେଇ ପୁଣି ଚମକିଛନ୍ତି ମହମ୍ମଦ ସାମି । ପରାଜୟ ସତ୍ତେ୍ୱ ଭାରତ ୧୧ ପଏଣ୍ଟ ସହ ଦ୍ୱିତୀୟ ସ୍ଥାନରେ ରହିଛି । ଇଂଲଣ୍ଡ ଅଷ୍ଟମ ମ୍ୟାଚରୁ ପଂଚମ ବିଜୟ ହାସଲ କରି ୧୦ ପଏଣ୍ଟ ସହ ପଂଚମ ସ୍ଥାନରୁ ଚତୁର୍ଥ ସ୍ଥାନକୁ ଆସିଛି । ଏହି ବିଜୟ ପରେ ବିଶ୍ୱକପ୍ ସେମିଫାଇନାଲ ସମୀକରଣ ବଦଳିଯାଇଛି । ଅଷ୍ଟେଲିଆ, ନ୍ୟୁଜଲାଣ୍ଡ, ଓ ଭାରତ ସହ ଇଂଲଣ୍ଡ ସେମିଫାଇନାଲ ଦୌଡରେ ରହିଥିବା ବେଳେ ପାକିସ୍ତାନ ଓ ବାଂଲାଦେଶ ସେମିଫାଇନାଲରୁ ବାଦ୍ ପଡିଛନ୍ତି ।

Leave a Reply

Your email address will not be published. Required fields are marked *