ଋାଜ୍ୟଗୋଷ୍ଠୀ କ୍ରୀଡାରେ ଭାରତର ତୃତୀୟ ସ୍ଥାନ

ଅଷ୍ଟ୍ରେଲିଆ,୧୬/୦୪(ଗ୍ରାଉଣ୍ଡଜିରୋ ଲାଇଭ): ଚଳିତବର୍ଷ ଅଷ୍ଟ୍ରେଲିଆର ଗୋଲ୍ଡକୋଷ୍ଟଠାରେ ଅନୁଷ୍ଠିତ ହୋଇଥିବା ୨୧ତମ ରାଜ୍ୟଗୋଷ୍ଠୀ କ୍ରୀଡା-୨୦୧୮ ଗତକାଲି ଉଦଯାପିତ ହୋଇଯାଇଛି । ଭାରତରୁ ୨୨୭ ଜଣ କ୍ରୀଡାବିତ ବିଭିନ୍ନ ପ୍ରତିଯୋଗୀତାରେ ଅଂଶଗ୍ରହଣ କରିବା ପାଇଁ ଅଷ୍ଟ୍ରେଲିଆ ଯାଇଥିଲେ । ଚଳିତବର୍ଷ ରାଜ୍ୟଗୋଷ୍ଠୀ କ୍ରୀଡାର ପଦକ ତାଲିକା ଅନୁଯାୟୀ ଭାରତ ତୃତୀୟ ସ୍ଥାନରେ ରହିଛି । ୮୦ଟି ସ୍ୱର୍ଣ୍ଣ ପଦକ ଜିତି ଅଷ୍ଟ୍ରେଲିଆ ପ୍ରଥମ ସ୍ଥାନରେ ରହିଛି । ଅଷ୍ଟ୍ରେଲିଆ ପଛକୁ ୪୪ଟି ସ୍ୱର୍ଣ୍ଣ ପଦକ ଜିତି ଇଂଲଣ୍ଡ ଦ୍ୱିତୀୟ ସ୍ଥାନରେ ରହିଥିବା ବେଳେ ୨୬ଟି ସ୍ୱର୍ଣ୍ଣ ପଦକ ଜିତି ଭାରତ ତୃତୀୟ ସ୍ଥାନରେ ରହିଛି । ଭାରତକୁ ମୋଟ ୬୬ଟି ପଦକ ମିଳିଥିବା ବେଳେ ସେଥିରେ ୨୬ଟି ସ୍ୱର୍ଣ୍ଣ, ୨୦ଟି ରୋପ୍ୟ ଓ ୨୦ଟି ବ୍ରୋଞ୍ଜ ପଦକ ସାମିଲ ରହିଛି । ଭାରତକୁ ବନ୍ଧୁକ ଚାଳନାରେ ସର୍ବଶ୍ରେଷ୍ଠ ୭ଟି ସ୍ୱର୍ଣ୍ଣ ମିଳିଛି । ରାଜ୍ୟଗୋଷ୍ଠୀ କ୍ରୀଡାରେ ଏହା ଭାରତର ତୃତୀୟ ସର୍ବଶ୍ରେଷ୍ଠ ପ୍ରଦର୍ଶନ । ପୂର୍ବରୁ ଭାରତକୁ ୨୦୧୦ ରାଜ୍ୟଗୋଷ୍ଠୀ କ୍ରୀଡାରେ ୩୮ଟି ସ୍ୱର୍ଣ୍ଣ ପଦକ ମିଳିଥିଲା ଓ ୨୦୦୨ରେ ୩୦ଟି ସ୍ୱର୍ଣ୍ଣ ପଦକ ମିଳିଥିଲା ।

Leave a Reply

Your email address will not be published. Required fields are marked *