ଅଷ୍ଟ୍ରେଲିଆ ବିପକ୍ଷ ପ୍ରଥମ ଟେଷ୍ଟରେ ବିଜୟ ପଥରେ ବିରାଟ ବାହୀନି

ଆଡିଲେଡ,୦୯/୧୨(ଗ୍ରାଉଣ୍ଡଜିରୋ ଲାଇଭ):
ଅଷ୍ଟ୍ରେଲିଆ ବିପକ୍ଷରେ ଚାଲିଥିବା ପ୍ରଥମ ଟେଷ୍ଟ ମ୍ୟାଚ ଭାରତ ନିୟନ୍ତ୍ରଣରେ ରହିଛି । ପ୍ରଥମ ଇନିଂସରେ ୧୫ ରନ୍‌ର ଅଗ୍ରଣୀ ଲାଭ କରିଥିବା ଭାରତ ଦ୍ୱିତୀୟ ଇନିଂସରେ ୩୦୭ ରନ୍‌ କରିଥିବା ବେଳେ ୩୨୩ ରନ୍‌ର ବିଜୟ ଲକ୍ଷ୍ୟ ଦେଇଥିଲା । ୪ର୍ଥ ଦିନର ଖେଳ ଶେଷ ସୁଦ୍ଧା ଅଷ୍ଟ୍ରେଲିଆ ୪ ୱିକେଟ ହରାଇ ୧୦୪ ରନ୍‌ ସଂଗ୍ରହ କରିଛି । ଭାରତୀୟ ଦଳକୁ ବିଜୟ ପାଇଁ ଶେଷ ଦିନରେ ୬ ୱିକେଟର ଆବଶ୍ୟକତା ରହିଛି ।

୪ର୍ଥ ଦିନରେ ଭାରତୀୟ ଦଳ ତା’ର ଅସମାପ୍ତ ଦ୍ୱିତୀୟ ଇନିଂସ ୧୫୧/୩ରୁ ବ୍ୟାଟିଂ ଆରମ୍ଭ କରିଥିଲା । ଦୁଇ ଅପରାଜିତ ବ୍ୟାଟ୍ସମ୍ୟାନ ଚେତେଶ୍ୱର ପୂଜାରା ଓ ଅଜିଙ୍କ୍ୟ ରାହାଣେ ଅର୍ଦ୍ଧଶତକ ହାସଲ କରିଥିଲେ । ପୂଜାରା ୭୧ ଓ ରାହାଣେ ୭୦ ରନ କରିଥିବା ବେଳେ ରିଶଭ ପନ୍ତ ବିସ୍ଫୋରକ ଭାବରେ ୨୮ ରନ୍‌ କରି ଆଉଟ୍‌ ହୋଇଥିଲେ । ଭାରତ ୩୦୭ ରନ୍‌ରେ ଅଲଆଉଟ୍‌ ହୋଇଥିଲା । 
୩୨୩ ରନ୍‌ର ବିଜୟ ଲକ୍ଷ୍ୟ ଜବାବରେ ଅଷ୍ଟ୍ରେଲିଆ ଦ୍ୱିତୀୟ ଇନିଂସ ବ୍ୟାଟିଂ ଆରମ୍ଭ କରି ଦିବସ ଶେଷ ପର୍ଯ୍ୟନ୍ତ ୪ ୱିକେଟ ହରାଇ ୧୦୪ ରନ୍‌ କରିଛି । ବିଜୟ ପାଇଁ ଅଷ୍ଟ୍ରେଲିଆକୁ ଆହୁରି ୨୧୯ ରନ ଥିବା ବେଳେ ହାତରେ ୬ ୱିକେଟ ରହିଛି । ଖେଳ ଶେଷ ବେଳକୁ ବେଳକୁ ଶନ ମାର୍ଶ ୩୧ ଓ ଟ୍ରାଭିସ ହେଡ ୧୧ ରନ୍‌ କରି ଅପରାଜିତ ରହିଛନ୍ତି । ଭାରତ ପକ୍ଷରୁ ପକ୍ଷରୁ ରବିଚନ୍ଦ୍ରନ ଅଶ୍ୱିନ ଓ ମହମ୍ମଦ ସାମି ୨ଟି ଲେଖାଏଁ ୱିକେଟ ହାସଲ କରିଛନ୍ତି ।

Leave a Reply

Your email address will not be published. Required fields are marked *