ଭାରତକୁ ମିଳିଲା ଆଜିର ଅଷ୍ଟମ ସ୍ୱର୍ଣ୍ଣ

ଅଷ୍ଟ୍ରେଲିଆ,୧୪/୦୪(ଗ୍ରାଉଣ୍ଡଜିରୋ ଲାଇଭ): ୨୧ତମ ରାଜ୍ୟଗୋଷ୍ଠୀ କ୍ରୀଡା ୧୦ମ ଦିନଟି ଭାରତ ପାଇଁ ସ୍ୱର୍ଣ୍ଣିମ ଦିନ ପ୍ରମାଣିତ ହୋଇଛି । ଭାରତକୁ ଆଜି ବିଭିନ୍ନ ପ୍ରତିଯୋଗିତାରେ ୮ଟି ସ୍ୱର୍ଣ୍ଣ ପଦକ ମିଳିଛି । ୭୫ କିଲୋଗ୍ରାମ ଭାରବର୍ଗୀୟ ବକ୍ସିଂର ଫାଇନାଲ ମ୍ୟାଚରେ ରେ ବିକାଶ କ୍ରିଷ୍ଣନ କେମଋନର ବେଲଫ୍ରେଡ ସେଈଙ୍କୁ ୫-୦ ଅନୁପାତରେ ପରାସ୍ତ କରି ସ୍ୱର୍ଣ୍ଣ ପଦକ ଜିତିଛନ୍ତି । ଏଥିସହ ବକ୍ସିଂରେ ଭାରତକୁ ୩ଟି ସ୍ୱର୍ଣ୍ଣ ପଦକ ମିଳିଛି । ଏକକ ମହିଳା ଟେବୁଲ ଟେନିସରେ ମନିଷା ବର୍ତ୍ତା ଭାରତ ପାଇଁ ସ୍ୱର୍ଣ୍ଣ ପଦକ ଆଣି ଦେଇଛନ୍ତି । ସିଂଙ୍ଗାପୁରୀୟ ପ୍ରତିଦ୍ୱନ୍ଦୀ ମେଗୟୁ ୟୁଙ୍କୁ ଯଥାକ୍ରମେ ୧୧-୭, ୧୧-୬, ୧୧-୨, ୧୧-୭ ପଏଣ୍ଟରେ ହରାଇ ମନିଷା ସ୍ୱର୍ଣ୍ଣ ପଦକ ଜିତିଛନ୍ତି । ଭାରତକୁ ମୋଟ ୫୭ଟି ପଦକ ମିଳିଥିବା ବେଳେ ସେଥିରେ ୨୫ଟି ସ୍ୱର୍ଣ୍ଣ, ୧୪ଟି ରୋପ୍ୟ, ୧୮ଟି ବ୍ରୋଞ୍ଜ ପଦକ ସାମିଲ ରହିଛି ।

Leave a Reply

Your email address will not be published. Required fields are marked *