ଭାରତକୁ ମିଳିଛି ୧୭ ନମ୍ବର ସ୍ୱର୍ଣ୍ଣ

ଅଷ୍ଟ୍ରେଲିଆ,୧୩/୦୪(ଗ୍ରାଉଣ୍ଡଜିରୋ ଲାଇଭ): ଅଷ୍ଟ୍ରେଲିଆରେ ଚାଲୁଥିବା ୨୧ତମ ରାଜ୍ୟଗୋଷ୍ଠୀ କ୍ରୀଡା ୨୦୧୮ରେ ଉାରତୀୟ ଖେଳାଳି ବଜରଙ୍ଗ ପୁନିଆ କୁସ୍ତିରେ ଭାରତକୁ ୧୭ନମ୍ବର ସ୍ୱର୍ଣ୍ଣ ପଦକ ଆଣିଦେଇଛନ୍ତି । ବଜରଙ୍ଗ ୬୫ କିଲୋଗ୍ରାମ ଫ୍ରିଷ୍ଟାଇଲ ବର୍ଗରେ ୱେଲସର ପ୍ରତିଦ୍ୱନ୍ଦୀ କେନ ଚୈରିଗଙ୍କୁ ୧୦-୦ ଅନୁପାତରେ ହରାଇ ସ୍ୱର୍ଣ୍ଣ ପଦକ ହାସଲ କରିଥିଲେ । ପୂର୍ବରୁ କୁସ୍ତିରେ ସୁଶୀଲଙ୍କୁ ସ୍ୱର୍ଣ୍ଣ ଓ ରାହୁଲ ଅବାରେଙ୍କୁ ସ୍ୱର୍ଣ୍ଣ ପଦକ ମିଳିଥିଲା । ବଜରଙ୍ଗ ୨୦୧୪ ରାଜ୍ୟଗୋଷ୍ଠୀ କ୍ରୀଡାରେ ରୋପ୍ୟ ପଦକ ମିଳିଥିଲା । ତେବେ ମହିଳା ୫୭ କିଲୋଗ୍ରାମ ବର୍ଗୀୟ କୁସ୍ତି ଫାଇନାଲ ମ୍ୟାଚରେ ନାଇଜେରିଆ ଖେଳାଳିଠାରୁ ୭-୫ରେ ପରାସ୍ତ ହୋଇ ପୂଜା ଢାଣ୍ଡାଙ୍କୁ ରୋପ୍ୟ ପଦକରେ ସନ୍ତୁଷ୍ଠ ହେବାକୁ ପଡିଛି । ମହିଳା ଫ୍ରିଷ୍ଟାଇଲର ୬୮ କେଜି ବର୍ଗର ସେମି ଫାଇନାଲରେ ଦିବ୍ୟା କାକରାନ ବାଂଲାଦେଶୀ ପ୍ରତିଯୋଗୀ ଶିରିନ ସୁଲତାନାଙ୍କୁ ୪-୦ ରେ ହରାଇ ବ୍ରୋଞ୍ଜ ପଦକ ଜିତିଛନ୍ତି । ସେପଟେ ପୁରୁଷ ଫ୍ରିଷ୍ଟାଇଲର ୯୭ କେଜି ବର୍ଗର ଫାଇନାଲ ମ୍ୟାଚରେ ମୌସମ ଖର୍ତ୍ତିଙ୍କୁ ରୋପ୍ୟ ପଦକ ମିଳିଛି । ଦକ୍ଷିଣ ଆଫ୍ରିକାର ମାର୍ଟିନ ଇରାସନସଙ୍କଠାରୁ ୧୨-୨ ପଏଣ୍ଟରେ ପରାସ୍ତ ହୋଇଥିବାରୁ ସ୍ୱର୍ଣ୍ଣ ପଦକ ଜିତିପାରି ନଥିଲେ । ଭାରତୀୟ ବକ୍ସର ହୁସାମୁଦ୍ଦୀନ ମୋହମ୍ମଦ ସେମି ଫାଇନାଲ ମ୍ୟାଚରେ ପରାସ୍ତ ହେବାରୁ ତାଙ୍କୁ କାଂସ୍ୟ ପଦକରେ ସନ୍ତୁଷ୍ଟ ହେବାକୁ ପଡିଛି । ଏଥିସହ ବର୍ତ୍ତମାନ ସୁଦ୍ଧା ଭାରତକୁ ୪୦ ପଦକ ମିଳିଥିବା ବେଳେ ସେଥିରେ ୧୭ଟି ସ୍ୱର୍ଣ୍ଣ, ୧୦ଟି ରୋପ୍ୟ ଓ ୧୩ଟି ବ୍ରୋଞ୍ଜ ପଦକ ରହିଛି ।

Leave a Reply

Your email address will not be published. Required fields are marked *