ଅଷ୍ଟ୍ରେଲିଆ ବିପକ୍ଷ ପ୍ରଥମ ଟି-୨୦ ପାଇଁ ଘୋଷଣା ହେଲା ୧୨ ଜଣିଆ ଭାରତୀୟ ଦଳ

ବ୍ରିସବ୍ରେନ୍,୨୦/୧୧(ଗ୍ରାଉଣ୍ଡଜିରୋ ଲାଇଭ):
ଆସନ୍ତାକାଲି ଠାରୁ ଭାରତ-ଅଷ୍ଟ୍ରେଲିଆ ମହା ମୁକାବିଲା ଆରମ୍ଭ ହେବାକୁ ଯାଉଛି । ବ୍ରିସବ୍ରେନ୍ ଠାରେ ଘରୋଇ ଅଷ୍ଟ୍ରେଲିଆ ବିପକ୍ଷରେ ଆସନ୍ତାକାଲି ପ୍ରଥମ ଟି-୨୦ ମ୍ୟାଚ୍ ଖେଳିବ ଭାରତୀୟ ଦଳ । ହିଟମ୍ୟାନ ରୋହିତଙ୍କ ଅଧିନରେ ୱେଷ୍ଟଇଣ୍ଡିଜ ବିପକ୍ଷରେ ସିରିଜ ବିଜୟ ପରେ ଏବେ ରେକର୍ଡ ମାଷ୍ଟର ବିରାଟଙ୍କ ପାଳି । କଙ୍ଗାରୁ ଦଳ ଉପରେ ବିଜୟ ହାସଲ କରି ଦଳର ଜିତିବା ଫର୍ମକୁ ବଳବତ୍ତର କରିବାକୁ ଚାହିଁବ ବିରାଟ ବାହୀନି । 

ପ୍ରଥମ ଟି-୨୦ ମ୍ୟାଚ୍ ପାଇଁ ୧୨ ଜଣିଆ ଦଳ ଘୋଷଣା ହୋଇଥିବା ବେଳେ ଭାରତ ଏବଂ ଅଷ୍ଟ୍ରେଲିଆ ମଧ୍ୟରେ ଆଜି ଯାଏଁ ଖେଳା ଯାଇଥିବା ୧୫ଟି ଟି-୨୦ ମ୍ୟାଚରେ ପ୍ରଥମ ଥର ପାଇଁ ମହେନ୍ଦ୍ର ସିଂ ଧୋନୀଙ୍କୁ ଚୁଡାନ୍ତ ଏକାଦଶରେ ସାମିଲ କରାଯାଇ ନାହିଁ । ତାଙ୍କ ସ୍ଥାନରେ ରିଷଭ ପନ୍ତଙ୍କୁ ସୁଯୋଗ ମିଳିଛି । ରେକର୍ଡ ମାଷ୍ଟର ବିରାଟ ଅଧିନାୟକ ଓ ହିଟ୍ ମ୍ୟାନ ରୋହିତ ଦଳର ଉପ ଅଧିନାୟକ ଦାୟିତ୍ୱ ତୁଲାଇବେ । ଅତିରିକ୍ତ ୱିକେଟ କିପର ଦିନେଶ କାର୍ତିକ ମଧ୍ୟ ଦଳରେ ସାମିଲ ଅଛନ୍ତି ।

Australia Probable XI: Aaron Finch (c), Chris Lynn, D’Arcy Short, Glenn Maxwell, Marcus Stoinis, Ben McDermott, Alex Carey (wk), Nathan Coulter-Nile, Andrew Tye, Jason Behrendorff, Billy Stanlake

India Probable XI: Virat Kohli (c), Rohit Sharma, Shikhar Dhawan, KL Rahul, Rishabh Pant (wk), Dinesh Karthik, Krunal Pandya, Kuldeep Yadav, Bhuvneshwar Kumar, Jasprit Bumrah, Khaleel Ahmed

Leave a Reply

Your email address will not be published. Required fields are marked *