ଯୁବପିଢୀ ରାଷ୍ଟ୍ରନିର୍ମାଣ ଦିଗରେ କାର୍ଯ୍ୟ କରିବାର ସଂକଳ୍ପ ନିଅନ୍ତୁ

ଭୁବନେଶ୍ୱର, 15 ଅଗଷ୍ଟ (ଗ୍ରାଉଣ୍ଡ ଜିରୋ ଲାଇଭ):
ଆଜି ରାଜ୍ୟ ବିଜେପି କାର୍ଯ୍ୟାଳୟରେ ୭୩ତମ ସ୍ୱାଧୀନତା ଦିବସ ପାଳିତ ହୋଇଛି । ଏହି ଅବସରରେ ପୂର୍ବତନ ମୁଖ୍ୟମନ୍ତ୍ରୀ ଗିରିଧର ଗମାଙ୍ଗ ପତାକା ଉତୋଳନ କରିବା ସହ ସ୍ୱାଧୀନତା ସଂଗ୍ରାମୀ ମାନଙ୍କୁ ମନେପକାଇଥିଲେ । ଆଜି ଆମେ ୭୩ତମ ସ୍ୱାଧୀନତା ଦିବସ ପାଳନ କରୁଛୁ । ୧୯୪୭ ମସିହା ଅଗଷ୍ଟ ୧୫ରେ ଭାରତ ସ୍ୱାଧୀନ ହୋଇଥିଲା । କିନ୍ତୁ ୭୨ ବର୍ଷପରେ ଏବେ ଗୋଟିଏ ଦେଶ ଗୋଟିଏ ସମ୍ବିଧାନ ଲାଗୁ ହୋଇଛି । ସେହିପରି ଭାରତକୁ ଏକ ବିକଶିତ ଦେଶ ଭାବେ ଗଢି ତୋଳିବାକୁ ହେଲେ ଭ୍ରଷ୍ଟାଚାର, ଆତଙ୍କବାଦ, ଦାରିଦ୍ର‌୍ୟ, ଜାତିବାଦ ଏବଂ ଆବର୍ଜନା ମୁକ୍ତ ଭାରତର ନିର୍ମାଣ ନିହାତି ଆବଶ୍ୟକ । ନବ ଭାରତ ଏବଂ ନୂତନ ଓଡିଶା ନିର୍ମାଣରେ ବିଶେଷ କରି ଯୁବକମାନଙ୍କ ଯୋଗଦାନ ଅତ୍ୟନ୍ତ ଆବଶ୍ୟକ । ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦିଙ୍କ ଆହ୍ୱାନ ଦେଶର ସମସ୍ତ ଯୁବଶକ୍ତି ଏକତ୍ରିତ ହୋଇ ରାଷ୍ଟ୍ର ନିର୍ମାଣ ସହ ନୂତନ ଓଡିଶା ଗଠନ ଦିଗରେ କାର୍ଯ୍ୟ କରିବାକୁ ସଂକଳ୍ପ ନିଅନ୍ତୁ ବୋଲି ରାଜ୍ୟ ଉପସଭାପତି ସମୀର ମହାନ୍ତି ସ୍ୱାଧୀନତା ଦିବସ ପାଳନ ଅବସରରେ ଉପସ୍ଥିତ କାର୍ଯ୍ୟକର୍ତାଙ୍କ ସମେତ ସମସ୍ତ ଯୁବକମାନଙ୍କୁ ଆହ୍ୱାନ ଦେଇଛନ୍ତି ।

Leave a Reply

Your email address will not be published. Required fields are marked *