ବୃଦ୍ଧି ପାଇଛି ଓଡିଶାର ଅର୍ଥନୈତିକ ଅଭିବୃଦ୍ଧି ହାର

ଭୁବନେଶ୍ୱର, ୨୮/୦୬(ଗ୍ରାଉଣ୍ଡଜିରୋଲାଇଭ):
ଆଜି ବିଧାନସଭାରେ ରାଜ୍ୟ ସରକାରଙ୍କ ପକ୍ଷରୁ ଅର୍ଥନୈତିକ ସର୍ଭେ ରିପୋର୍ଟ ପ୍ରକାଶ ପାଇଛି । ରିପୋର୍ଟ ଅନୁଯାଇ ଅର୍ଥନୈତିକ ଅଭିବୃଦ୍ଧି ହାର ବୃଦ୍ଧି ପାଇଛି । ୨୦୧୮-୧୯ ଆର୍ଥିକ ବର୍ଷରେ ଅର୍ଥନୈତିକ ଅଭିବୃଦ୍ଧି ହାର ୭.୪% ରୁ ୮.୪%କୁ ବୃଦ୍ଧି ପାଇଛି । ହରିୟାଣା, ପଞ୍ଜାବ, କେରଳ, ଛତିଶଗଡ ଓ ମଧ୍ୟପ୍ରଦେଶଠାରୁ ଏହି ଅଭିବୃଦ୍ଧି ହାର ଅଧିକ । ରାଜ୍ୟର ହରିୟାଣା, ପଞ୍ଜାବ, କେରଳ, ଛତିଶଗଡ, ମଧ୍ୟପ୍ରଦେଶ ଠାରୁ ଅଧିକ କୃଷି କ୍ଷେତ୍ରରେ ୪୮% କର୍ମଚାରୀ ନିଯୁକ୍ତି ପାଇଥିବା ଜଣାଯାଇଛି । ସେହିପାରି ଶିଶୁ ମୃତ୍ୟୁହାର ଅନ୍ୟ ରାଜ୍ୟ ତୁଳନାରେଓଡିଶାରେ କମ୍ ରହିଛି । ଅନ୍ୟ ପକ୍ଷରେ ସାକ୍ଷରତା ହାର ବିଗତ ଦଶନ୍ଧିରେ ଦ୍ରୁତ ଗତିରେ ବଢିଛି । ପ୍ରାଥମିକ, ଉଚ୍ଚ ପ୍ରାଥମିକ ଓ ମାଧ୍ୟମିକ ଶିକ୍ଷାରେ ବ୍ୟାପକ ଉନ୍ନତି ଆସିଛି ବୋଲି ରିପୋର୍ଟରେ ଦର୍ଶାଯାଇଛି । ୨୦୧୮-୧୯ ଆର୍ଥିକ ବର୍ଷରେ ମୁଦ୍ରାସ୍ଫୀତି ହାର ୨.୯% ରହିଛି । ଏହା ସର୍ବଭାରତୀୟ ହାରଠାରୁ କମ୍ ବୋଲି ଜଣା ପଡିଛି ।

Leave a Reply

Your email address will not be published. Required fields are marked *