ରଜ ପାନର ବିଶେଷତ୍ୱ

୧୪/୦୬(ଗ୍ରାଉଣ୍ଡଜିରୋ ଲାଇଭ)
ବରଷକେ ଥରେ ପୁଣି ଆସିଛି ରଜ । ଉତ୍ସବମୂଖର ହୋଇଉଠିଛି ସମଗ୍ର ଓଡିଶା । ଓଡିଆ ଝିଅ ବୋହୁଙ୍କ ପରି ପୁଣିଥରେ ସଜ ହୋଇଛି ରଜ ପାନ । ଓଡିଶାର ପ୍ରସିଦ୍ଧ ଗଣପର୍ବରେ ପାନଖିଆ ଏକ ପୁରୁଣା ଓଡିଆ ପରମ୍ପରା ।ସ୍ନେହ ଓ ପ୍ରିତିର ବନ୍ଧନ ହେଉଛି ପାନ । ରଜରେ ପୋଡପିଠାର ମହତ୍ତ୍ୱ ଯେତିକି ରହିଛି ସେତିକି ମହତ୍ତ୍ୱ ରଜପାନର ମଧ୍ୟ ରହିଛି । ଭୋଜନ ଶେଷରେ ତାମ୍ବୁଳ ବ୍ୟବସ୍ଥା ଏକ ପାରମ୍ପରିକ ପ୍ରଥା ।ରଜରେ ବନ୍ଧୁବାନ୍ଧବଙ୍କ ଘରକୁ ବୁଲି ଗଲାବେଳେ ଯେଉଁ ଦ୍ରବ୍ୟ ଖୋଜାପଡେ ତାହା ହେଲା ପାନ । ଆୟୁର୍ବେଦ ଶାସ୍ତ୍ରରେ ପାନ କୃମିନାଶକ ରୂପେ ପରିଚିତ । ପାନରେ ଦିଆଯାଉଥିବା ଚୂନ ଓ ଖଇର ଦାନ୍ତକୁ ମଜଭୁତ୍ କରାଏ । ପାନ ଖାଇଲା ବେଳେ ପାନ ପତ୍ରରୁ ଶିରାକୁ କାଢିଦିଆଯାଏ ।କାରଣ ପାନ ଶିରା ହେଉଛି ବୁଦ୍ଧିନାଶକ । ରଜରେ ଝିଅମାନେ ସମସ୍ତଙ୍କୁ ପାନ ଦବାନବା କରିଥାନ୍ତି ।କେବେ ପାନ ଖାଇ ନଥିବା ଝିଅମାନେ ମଧ୍ୟ ରଜ ଆସିଲେ ଏଇ ମଉକାରେ ରଜ ପାନ ଖଣ୍ଡେ ନିଶ୍ଚେ କଳରେ ଯାକିଥାନ୍ତି ।
ପ୍ରତିବର୍ଷ ପରି ଏଥର ରଜରେ ମଧ୍ୟ ଭୁବନେଶ୍ୱରର ଅନେକ ଛକରେ ରଜ ପାନର ଦୋକାନ ଦେଖିବାକୁ ମିଳିଛି ।ଏଥିରେ ଅନେକ ପ୍ରକାର ଫ୍ଲେବରର ବନାରସୀ ପାନ ମିଳୁଛି ।ଏହି ପାନରେ ପଡିଥାଏ ବିଭିନ୍ନ ପ୍ରକାରର ସୁସ୍ୱାଦୁ ମସଲା ଯେପରିକି ଅନେକ ଡ୍ରାଇଫ୍ରୁଟ୍, କାଜୁ,କିସମିସ୍,ପେସ୍ତା,ବାଦାମ,ନବରତ୍ନ ମସଲା, କେସର ଓ ଗିଲା ଆହୁରି ଅନେକ କିଛି ।ରଜ ପାନ ଦର ୧୦ ଟଙ୍କା ରୁ ଆରମ୍ଭ ହୋଇ ୧୦୦୦ ଟଙ୍କା ପର‌୍ୟ୍ୟନ୍ତ ଅଛି ।

Leave a Reply

Your email address will not be published. Required fields are marked *