ଏମିତି ହେଲେ ଭାରତ ହୋଇଯିବ ଦିନିକିଆରେ ନମ୍ବର ୧

ଇଂଲଣ୍ଡ, ୧୧/୦୭(ଗ୍ରାଉଣ୍ଡଜିରୋ ଲାଇଭ) : ଆସନ୍ତା କାଲିଠାରୁ ଇଂଲଣ୍ଡ ବିପକ୍ଷରେ ଆରମ୍ଭ ହେଉଛି ଦିନିକିଆ ସିରିଜ । ଏହି ସିରିଜରେ ଭାରତ ପାଇଁ ବଡ ସୁଯୋଗ ରହିଛି ୧ ନମ୍ବର ସ୍ଥାନ ହାସଲ କରିବା ପାଇଁ । ଯଦି ଏହି ସିରିଜରେ  ୩-୦ ରେ ବିରାଟ ବାହିନୀ ଇଂଲଣ୍ଡକୁ ପରାସ୍ତ କରେ ତେବେ ଆଇସିସିର ଦିନିକିଆ ତାଲିକାରେ ଭାରତ ଏକ ନମ୍ବର ହୋଇଯିବ । ଏବେ ଇଂଲଣ୍ଡ ଓ ଭାରତ ଯଥାକ୍ରମେ ୧ ଓ ୨ ସ୍ଥାନରେ ଅଛନ୍ତି । ଏହି ସିରିଜର ପ୍ରଥମ ମ୍ୟାଚ  ନଟିଂହାମ୍‌ରେ ୧୨ ଜୁଲାଇରେ ଖେଳା ଯିବ । ବର୍ତ୍ତମାନ ଭାରତ ଟି-୨୦ ରେ ଦ୍ୱିତୀୟ ସ୍ଥାନରେ ଥିବା ବେଳେ ଟେଷ୍ଟରେ ପ୍ରଥମ ସ୍ଥାନରେ ଅଛି ।

Leave a Reply

Your email address will not be published. Required fields are marked *