ଆସିଲା ଆଇସିସି ଟି-୨୦ ର‍୍ୟାକିଂ, କୁଲଦୀପ ବୋଲିଂରେ ତୃତୀୟ

ଦୁବାଇ,୨୭/୧୧(ଗ୍ରାଉଣ୍ଡଜିରୋ ଲାଇଭ):
ଆଇସିସିର ଟି-୨୦ ର‍୍ୟାକିଂ ପ୍ରକାଶ ପାଇଛି । ଅଷ୍ଟ୍ରେଲିଆ ଓ ଭାରତ ମଧ୍ୟରେ ଅନୁଷ୍ଠିତ ଟି୨୦ ସିରିଜ୍‌ରେ ଭଲ ପ୍ରଦର୍ଶନ କରିଥିବା ଉଭୟ ଦଳର ଦୁଇ ସ୍ପିନର କୁଲଦୀପ ଯାଦବ ଓ ଆଡମ ଜମ୍ପାଙ୍କ ଟି୨୦ ର଼୍ୟାଙ୍କିଙ୍ଗ୍‌ରେ ଉନ୍ନତି ଆସିଛି। ଉଭୟ ସ୍ପିନର ଆଇସିସି ଟି୨୦ ବୋଲରଙ୍କ ର଼୍ୟାଙ୍କିଙ୍ଗ୍‌ର ଟପ୍‌ ୫ରେ ପ୍ରବେଶ କରିଛନ୍ତି ଏଥିରେ ବୋଲିଂରେ କୁଲଦୀପ ଯାଦବ ୨୦ ସ୍ଥାନର ବଡ ଲମ୍ଫ ମାରି ତୃତୀୟ ସ୍ଥାନରେ ପହଞ୍ଚିଛନ୍ତି,  ସେହିଭଳି ଜମ୍ପା ୫ମ ସ୍ଥାନରେ ପହଞ୍ଚିଛନ୍ତି । ବ୍ୟାଟିଂରେ ଭାରତର କେ.ଏଲ ରାହୁଲ ୬ଷ୍ଠ ଏବଂ ରୋହିତ ଶର୍ମା ନବମ ସ୍ଥାନରେ ଅଛନ୍ତି ।

ବୋଲିଂରେ ଆଇସିସିର ଟି-୨୦ ର‍୍ୟାକିଂ ତାଲିକା ଶୀର୍ଷରେ ଆଫାଗାନିସ୍ତାନର ରସିଦ ଖାଁ ରହିଥିବା ବେଳେ ବ୍ୟାଟିଂରେରହିଛନ୍ତି ପାକିସ୍ତାନର ବାବାର ଆଜାମ । ବ୍ୟାଟିଂ ତାଲିକାର ର‍୍ୟାକିଂରେ ନ୍ୟୁଜିଲାଣ୍ଡର କାଲିନ ମୁନରୋ ଦ୍ୱିତୀୟ ଏବଂ ଅଷ୍ଟ୍ରେଲିଆର ଅଧିନାୟକ ଏରୋନ ଫିଞ୍ଚ ୩ୟ ସ୍ଥାନରେ ଅଛନ୍ତି ଏବଂ ବୋଲର ତାଲିକାରେ ପାକିସ୍ତାନର ଶାଦାବ ଖାନ ଦ୍ୱିତୀୟ ଓ ଇଂଲଣ୍ଡର ଆଦିଲ ରଶିଦ ରତୁର୍ଥ ସ୍ଥାନରେ ଅଛନ୍ତି ।

Leave a Reply

Your email address will not be published. Required fields are marked *