ଆପଣ କ୍ରିକେଟ୍ ଖେଳ ଦେଖିବାକୁ ଭଲ ପାଆନ୍ତି କି ?

ନୂଅାଦିଲ୍ଲୀ,୨୭/୬(ଗ୍ରାଉଣ୍ଡଜିରୋ ଲାଇଭ): ଅାନ୍ତର୍ଜାତୀୟ କ୍ରିକେଟ ପରିଷଦ ବା ଅାଇସିସିର ଏକ ରିପୋର୍ଟ ମୁତାବକ ସମଗ୍ର ବିଶ୍ବରେ କ୍ରିକେଟ ଖେଳର ପ୍ରଶଂସକ ସଂଖ୍ୟା ୧୦୦ କୋଟି ଟପି ସାରିଲାଣି । ଏହାର ପାଖାପାଖି ୯୦ ପ୍ରତିଶତ  ଲୋକ ଭାରତୀୟ ଉପମହାଦ୍ବୀପର ବୋଲି ରିପୋର୍ଟରୁ ଜଣାପଡ଼ିଛି । ନିକଟରେ ଏମିତି ଏକ ଗବେଷଣା କରିଛି ଅାଇସିସି । ଏହି ଗବେଷଣା କେତୋଟି ନିର୍ଦ୍ଧିଷ୍ଟ ମାନଦଣ୍ଡକୁ ନେଇ ହୋଇଥିବା ବେଳେ ୧୬ରୁ ୬୯ବର୍ଷ ବୟସ୍କ ଲୋକମାନଙ୍କ ମତାମତ ସଂଗ୍ରହ କରାଯାଇଥିଲା । ରିପୋର୍ଟ ଅନୁସାରେ ଇଂଲଣ୍ଡ ଏବଂ ଓ୍ବେଲ୍ସରେ ସର୍ବାଧିକ ୭୦ ପ୍ରତିଶତ ପ୍ରଶଂସକ ଟେଷ୍ଟ କ୍ରିକେଟ ଦେଖିବାକୁ ଭଲ ପାଅାନ୍ତି । ସେହିପରି ଦକ୍ଷିଣ ଅାଫ୍ରିକାରେ ୯୧ ପ୍ରତିଶତ ପ୍ରଶଂସକ ଓ୍ବାନଡେ ଏବଂ ପାକିସ୍ତାନରେ ସର୍ବାଧିକ ୯୮ ପ୍ରତିଶତ ପ୍ରଶଂସକ ଟି-୨୦  ଫର୍ମାଟ କ୍ରିକେଟ ଦେଖିବାକୁ ଭଲ ପାଅାନ୍ତି । ରିପୋର୍ଟ ମୁତାବକ ବିଶ୍ବର ସମୁଦାୟ କ୍ରିକେଟ ପ୍ରେମୀଙ୍କ ମଧ୍ୟରୁ ପାଖାପାଖି ୮୭ ପ୍ରତିଶତ ଲୋକ, ଅଲମ୍ପିକରେ ଟି-୨୦ କ୍ରିକେଟ୍ ଖେଳାଯାଉ ବୋଲି ନିଜର ମତପୋଷଣ କରିଛନ୍ତି । କ୍ରିକେଟ ଖେଳକୁ ଅାହୁରି ତ୍ବରାନ୍ବିତ କରିବା ପାଇଁ ଅାଇସିସି ଏଭଳି ଏକ ଗବେଷଣା କରିଥିଲା ।

Leave a Reply

Your email address will not be published. Required fields are marked *