ଭାରତରେ ଚାମ୍ପିୟନ୍ସ ଟ୍ରଫି ବଦଳରେ ହେବ ଟି-୨୦ ବିଶ୍ୱକପ୍‌

କଲିକତା, ୨୭/୦୪(ଗ୍ରାଉଣ୍ଡଜିରୋ ଲାଇଭ): ଚାମ୍ପିୟନ୍ସ ଟ୍ରଫି ବଦଳରେ ଖେଳାଯିବ ଟି-୨୦ ବିଶ୍ୱକପ୍‌ । ଏକ ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତିକ୍ରମେ ଆନ୍ତର୍ଜାତିକ କ୍ରିକେଟ କାଉନସିଲ୍‌ ବା ଆଇସିସି ଭାରତରେ ଆୟୋଜନ ହେବାକୁଥିବା ୫୦ ଓଭର ବିଶିଷ୍ଟ ଚାମ୍ପିୟନ୍ସ ଟ୍ରଫି ଟୁର୍ନାମେଣ୍ଟକୁ ଟି-୨୦ ବିଶ୍ୱକପ୍‌ରେ ପରିଣତ କରିଛି ।  ଆଇସିସି ମୁଖ୍ୟ କାର୍ଯ୍ୟନିର୍ବାହୀ ଡେଭ ରିଚାର୍ଡସନ ଏ ନେଇ ସୂଚନା ଦେଇଛନ୍ତି । ୨୦୨୧ରେ ଖେଳାଯିବାକୁଥିବା ଚାମ୍ପିୟନ୍ସ ଟ୍ରଫି ବଦଳରେ ଟି-୨୦ ବିଶ୍ୱକପ୍‌ ଆୟୋଜନ ହେବ । ଏଥିରେ ୧୬ଟି ଦଳ ଅଂଶଗ୍ରହଣ କରିବେ । ସର୍ବସମ୍ମତିକ୍ରମେ ଏହି ନିଷ୍ପତ୍ତି ନିଆଯାଇଛି ବୋଲି ରିଚାର୍ଡସନ କହିଛନ୍ତି । ଏହି ପରିବର୍ତ୍ତନ ସପକ୍ଷରେ ବିସିସିଆଇ ପ୍ରତିନିଧି ହିସାବରେ ଅମିତାଭ ଚୌଧୁରୀ ମଧ୍ୟ ମତଦାନ କରିଥିଲେ । ଫଳରେ ଦ୍ୱିତୀୟଥର ପାଇଁ ଲଗାତାର ୨ ବର୍ଷ ମଧ୍ୟରେ ଦୁଇଟି ଟି-୨୦ ଆୟୋଜନ ହେବା ନିଶ୍ଚିତ ହୋଇଛି । ୨୦୨୦ରେ ଅଷ୍ଟ୍ରେଲିଆରେ ଓ ୨୦୨୧ରେ ଭାରତରେ ଟି-୨୦ ବିଶ୍ୱକପ୍‌ ଆୟୋଜନ ହେବା ସ୍ପଷ୍ଟ ହୋଇଛି । ପୂର୍ବରୁ ୨୦୦୯ ଓ ଓ୍ବେଷ୍ଟଇଣ୍ଡିଜ୍‌ରେ ୨୦୧୦ରେ ଟି-୨୦ ବିଶ୍ୱକପ୍‌ ଅନୁଷ୍ଠିତ ହୋଇଥିଲା ।

Leave a Reply

Your email address will not be published. Required fields are marked *