“ଜୟ ଜୟ ଶିବ ଶଙ୍କର” ଗୀତ ରିଲିଜ୍

ମୁମ୍ବାଇ, 22 ସେପ୍ଟେମ୍ବର(ଗ୍ରାଉଣ୍ଡ ଜିରୋ ଲାଇଭ) : 
ୟଶରାଜ ବ୍ୟାନରରେ ନିର୍ମିତ ‘ୱାର୍’ ଚଳଚ୍ଚିତ୍ରର ଜୟ ଜୟ ଶିବଶଙ୍କର ଗୀତ ରିଲିଜ ହୋଇଛି । ଏଥିରେ ହ୍ରିତ୍ଵିକ୍-ଟାଇଗରଙ୍କ ଜବରଦସ୍ତ ଡ୍ୟାନ୍ସ ଦେଖିବାକୁ ମିଳିଛି। ରିଲିଜ ହେବାମାତ୍ରେ ଏହି ଗୀତକୁ ଦର୍ଶକମାନେ ବେଶ୍ ପସନ୍ଦ କରିଛନ୍ତି ।  ବିଶାଲ ଶେଖରଙ୍କ ଏହି ଗୀତରେ  ସଙ୍ଗିତ ନିର୍ଦେଶନା ଦେଇଛନ୍ତି । ବିଶାଲ ଦଦଲାନୀ ଏବଂ ବୈନୀ ଦୟାନ ଏଥିରେ କଣ୍ଠଦାନ କରିଛନ୍ତି। ପ୍ରଥମ ଥର ପାଇଁ ଏହି ଦୁଇ ଅଭିନେତାଙ୍କୁ ଗୋଟିଏ ଚଳଚ୍ଚିତ୍ରରେ ଦେଖିବାକୁ ମିଳିବ। ‘ୱାର୍’ରେ ଦର୍ଶକ ଜବରଦସ୍ତ ଷ୍ଟଣ୍ଟ୍ ଓ ଆକ୍ସନ ଦୃଶ୍ୟ ଦେଖିବାକୁ ପାଇବେ। ସିଦ୍ଧାର୍ଥ ଆନନ୍ଦଙ୍କ ନିର୍ଦ୍ଦେଶନାରେ ନିର୍ମିତ ଏହି ଚଳଚ୍ଚିତ୍ର ୨ ଅକ୍ଟୋବର ଗାନ୍ଧୀ ଜୟନ୍ତୀ ଅବସରରେ ମୁକ୍ତିଲାଭ କରିବ। 

Leave a Reply

Your email address will not be published. Required fields are marked *