ଜୁଲାଇ ୩ ତାରିଖ ଯାଏ ପ୍ରବଳ ବର୍ଷା ସମ୍ଭାବନା

ଭୁବନେଶ୍ୱର, 29ଜୁନ୍ (ଗ୍ରାଉଣ୍ଡଜିରୋ ଲାଇଭ):

ଉତ୍ତର ବଙ୍ଗୋପସାଗରରେ ଦାନା ବାନ୍ଧୁଥିବା ଲଘୁଚାପର ସିଧାସଳଖ ପ୍ରଭାବ ଓଡ଼ିଶା ଉପରେ ପଡ଼ିବାକୁ ଯାଉଛି । ଆଜି ରାତିରୁ ରାଜ୍ୟର ଉପକୂଳ ଜିଲ୍ଲାରେ ବର୍ଷା ଆରମ୍ଭ ହେବ । ଏହା ଧିରେ ଧିରେ ଭିଷଣ ବର୍ଷାର ରୂପ ନେବ । ଜୁଲାଇ ୩ ତାରିଖ ଯାଏ ଲାଗିରହିବ ବର୍ଷା । ୪ ଦିନ ଧରି ଓଡ଼ିଶାରେ ପ୍ରବଳରୁ ଅତିପ୍ରବଳ ବର୍ଷା ହେବାର ସମ୍ଭାବନା ରହିଛି।ଗୋଟିଏ ଦୁଇଟି ସ୍ଥାନରେ ବାଦଲ ଫଟା ବର୍ଷା ବି ହୋଇପାରେ। ପରିସ୍ଥିତିକୁ ଦୃଷ୍ଟିରେ ରଖି ଭାରତୀୟ ପାଣିପାଗ ବିଭାଗ ପକ୍ଷରୁ ଜୁଲାଇ ୧ ରେ ଓଡ଼ିଶା ପାଇଁ ରେଡ୍ ଆଲର୍ଟ ଜାରି କରାଯାଇଛି। ପରିସ୍ଥିତି ମୁକାବିଲା ଲାଗି ପଦକ୍ଷେପ ନେବାକୁ ରାଜ୍ୟ ସରକାରଙ୍କୁ କୁହାଯାଇଛି । ଏଥିସହ ଓଡିଶା ପାଇଁ ରେଡ୍ ଅଲର୍ଟ ଜାରି କରାଯାଇଛି ।ପାଣିପାଗ ବିଭାଗର ସୂଚନା ଅନୁଯାୟୀ ଏହି ଲଘୁଚାପ ବଳୟ ୪୮ ଘଣ୍ଟା ପରେ ଗଭୀର ଅବପାତ ରୂପ ନେଇ ଓଡ଼ିଶା ଅତିକ୍ରମ କରିବ ।

Leave a Reply

Your email address will not be published. Required fields are marked *