ଯୌତୁକ ମାଗିବାରୁ ବରକୁ ଲଣ୍ଡା କରି ଛାଡିଲେ

ଲକ୍ଷ୍ନୌ, ୨୨/୧୦(ଗ୍ରାଉଣ୍ଡଜିରୋ ଲାଇଭ) :
ଯୌତୁକ ମାଗିବା ଆମ ଦେଶରେ, ଆମ ସମାଜରେ ଏକ ପ୍ରକାରର ବ୍ୟାଧି ହୋଇ ରହିଛି । ଯଦିଓ ଯୌତୁକ ନେବା ଆଇନ୍ ଅନୁଯାୟୀ ଦଣ୍ଡନୀୟ ଅପରାଧ ତଥାପି ବର ପରିବାର ପକ୍ଷରୁ ଆଧିକାଂଶ ବାହାଘରରେ ଯୌତୁକ ମାଗିଆସିଛନ୍ତି । ଉତ୍ତରପ୍ରଦେଶର ଲକ୍ଷ୍ନୌରୁ ଏଭଳି ଏକ ଘଟଣା ସାମ୍ନାକୁ ଆସିଛି ଯେଉଁଥିରେ ଯୌତୁକ ମାଗିବାରୁ ବରକୁ ଲଣ୍ଡା କରି ଛଡ଼ାହୋଇଛି। କିନ୍ତୁ କିଏ ଲଣ୍ଡା କରିଛି ତାହା ବର୍ତ୍ତମାନ୍ ସୁଦ୍ଧା ସଠିକ ଭାବରେ ଜଣାପଡିନାହିଁ ।
ମିଳିଥିବା ସୂଚନା ଅନୁଯାୟୀ, ବର ପକ୍ଷରୁ କନ୍ୟା ପକ୍ଷକୁ ଏକ ମୋଟର ସାଇକେଲ ଓ ସୁନା ଚେନ୍ ଡିମାଣ୍ଡ କରାଯାଇଥିଲା। କନ୍ୟାପକ୍ଷ ଦେଇପାରିବେ ନାହିଁ ବୋଲି କହିବାରୁ ବର ବାହା ହେବା ପାଇଁ ମନା କରିଥିଲେ। କନ୍ୟାଙ୍କ ଜେଜେମାଙ୍କ କହିବା ଅନୁସାରେ, ‘ବାହାଘରର ୫ ଦିନ ପୂର୍ବରୁ ବରପକ୍ଷରୁ ଏହିସବୁ ଡିମାଣ୍ଡ ରଖାଯାଇଥିଲା। ଆମେ ତମ ଡିମାଣ୍ଡ ଏବେ ପୂରଣ କରିପାରିବୁ ନାହିଁ କହିବାରୁ ସେ ପୁଅ ବାହା ହେବାକୁ ମନାକଲା ।’

Leave a Reply

Your email address will not be published. Required fields are marked *