କେବଳ ରାଫେଲ ଡିଲ ସମ୍ପର୍କରେ ଜଣାଇବେ ସରକାର : ସୁପ୍ରିମକୋର୍ଟ

ନୂଆଦିଲ୍ଲୀ, ୧୦/୧୦(ଗ୍ରାଉଣ୍ଡଜିରୋ ଲାଇଭ) :
ବହୁ ଚର୍ଚ୍ଚିତ ରାଫେଲ ଡିଲକୁ ନେଇ ସୁପ୍ରିମ କୋର୍ଟରେ ଆଜି ଶୁଣାଣି ଆରମ୍ଭ ହୋଇଛି । ଏହି ଡିଲ ମୋଦି ସରକାରଙ୍କ ଅଧିନରେ ଭାରତ ଓ ଫ୍ରାନ୍ସ ମଧ୍ୟରେ ହୋଇଥିଲା । ରାଫେଲ ବିମାନର ମୂଲ୍ୟ ସର୍ବସାଧାରଣରେ ପ୍ରକାଶ କରିବାକୁ ଭିତ୍ତିକରି କରାଯାଇଥିବା ଶୁଣାଣି ଚାଲିଥିବା ବେଳେ ବିମାନର ମୂଲ୍ୟ କିମ୍ବା କାର‌୍ୟ୍ୟକ୍ଷମତା ସମ୍ପର୍କରେ ତଥ୍ୟ ନହେଇ କେବଳ ଡିଲ କିପରି ହୋଇଛି ସେ ସମ୍ପର୍କରେ ଜଣାଇବାକୁ ସୁପ୍ରିମକୋର୍ଟ ସରକାରଙ୍କୁ ନିର୍ଦେଶ ଦେଇଛନ୍ତି।
ଜଉମୁଦ ଲଫାଫାରେ ରାଫେଲ ଡିଲ ସମ୍ପର୍କିତ ତଥ୍ୟାବଳୀ ଆଟର୍ଣ୍ଣି ଜେନେରାଲଙ୍କୁ ଦେବାପାଇଁ ସୁପ୍ରିମକୋର୍ଟ ସରକାରଙ୍କୁ କହିଛନ୍ତି । ଏହାପରେ କେନ୍ଦ୍ର ସରକାର ୨୯ ଅକ୍ଟୋବରରେ ସମ୍ପର୍କିତ ତଥ୍ୟ କୋର୍ଟକୁ ପଇଠ କରିବାକୁ ସହମତି ପ୍ରକାଶ କରିଛନ୍ତି । ସରକାର ତଥ୍ୟ ପ୍ରଦାନ କରିବା ପରେ ରାଫେଲ ଡିଲର ପରବର୍ତ୍ତୀ ଶୁଣାଣି ୩୧ଅକ୍ଟୋବରରେ ହେବ ।

Leave a Reply

Your email address will not be published. Required fields are marked *