ଭାରତ ଉପରେ ସ୍ୱର୍ଣ୍ଣର ବର୍ଷା

ଅଷ୍ଟ୍ରେଲିଆ,୧୪/୦୪(ଗ୍ରାଉଣ୍ଡଜିରୋ ଲାଇଭ): ରାଜ୍ୟଗୋଷ୍ଠୀ କ୍ରୀଡାର ୧୦ମ ଦିନରେ ଭାରତକୁ ମିଳିଛି ୬ଟି ସ୍ୱର୍ଣ୍ଣ । ଜାଭଲିନ ଥ୍ରୋରେ ନିରଜଙ୍କୁ ସ୍ୱର୍ଣ୍ଣ ମିଳିବା ପରେ କୁସ୍ତିରେ ବିନେଶ ଫୋଗାଟଙ୍କୁ ସ୍ୱର୍ଣ୍ଣ ପଦକ ମିଳିଛି । ମହିଳା କୁସ୍ତିର ୫୦ କେଜି ବର୍ଗରେ ବିନେଶ ଫୋଗାଟ କାନାଡାର ଜେସିକା ମେକଡୋନାଲ୍ଡଙ୍କୁ ୧୩-୩ ଅନୁପାତରେ ପରାସ୍ତ କରି ସ୍ୱର୍ଣ୍ଣ ପଦକ ଜିତିଛନ୍ତି। ତେବେ ପୁରୁଷ ଫ୍ରିଷ୍ଟାଇଲ କୁସ୍ତିର ୮୬ କିଲୋଗ୍ରାମ ବର୍ଗରେ କାନାଡାର ଆଲେକଜାଣ୍ଡର ମୁରେଙ୍କୁ ପରାସ୍ତ କରି ଭାରତୀୟ ଖେଳାଳି  ସୋମବୀର ବ୍ରୋଞ୍ଜ ପଦକ ଜିତିଛନ୍ତି । ଏଥିସହ ଭାରତକୁ ମୋଟ ୫୨ଟି ପଦକ ମିଳିବା ସହ ସେଥିରେ ୨୩ଟି ସ୍ୱର୍ଣ୍ଣ, ୧୪ଟି ରୋପ୍ୟ ଓ ୧୫ଟି କାଂସ୍ୟ ପଦକ ମିଳିଛି ।

Leave a Reply

Your email address will not be published. Required fields are marked *