ପ୍ରଥମ CDS ଭାବେ ଜେନେରାଲ ବିପିନ ରାୱତଙ୍କୁ ନିଯୁକ୍ତି

ନିଉଦିଲ୍ଲୀ, 30 ଡିସେମ୍ବର (ଗ୍ରାଉଣ୍ଡ ଜିରୋ ଲାଇଭ):

ଦେଶର ପ୍ରଥମ ଚିଫ୍‌ ଅଫ୍‌ ଡିଫେନ୍ସ୍‌ ଷ୍ଟାଫ୍‌(ସିଡିଏସ୍‌) ଭାବେ ନିଯୁକ୍ତ ହେଲେ ସେନା ମୁଖ୍ୟ ଜେନେରାଲ ବିପିନ୍‌ ରାଓ୍ବତ । ଦେଶର ସେନାମୁଖ୍ୟ ଭାବେ ଜେନେରାଲ ରାଓ୍ଵତ୍‌ ନିଜର ୩ ବର୍ଷର ସଂପୂର୍ଣ୍ଣ କାର୍ଯ୍ୟକାଳ ଶେଷକରି ଆସନ୍ତାକାଲି ୩୧ ଡିସେମ୍ବର ନିଜ ପଦବୀରୁୁ ଅବସର ଗ୍ରହଣ କରିବାକୁ ଥିବାବେଳେ କେନ୍ଦ୍ର ସରକାର ଆଜି ତାଙ୍କୁ ଏହି ନୂତନ ପଦବୀରେ ନିଯୁକ୍ତି ପ୍ରଦାନ କରିଛନ୍ତି । ଏସମ୍ପର୍କରେ କେନ୍ଦ୍ରମନ୍ତ୍ରୀ ପ୍ରକାଶ ଜାଭେଡ୍‌କର ସୂଚନା ଦେଇଛନ୍ତି। ସିଡିଏସ୍‌ ପଦବୀରେ ରାଓ୍ବତ ୪ ତାରକାଯୁକ୍ତ ଜେନେରାଲ ଭାବେ ନିଯୁକ୍ତ ହେବେ । ଗତ ୨୪ରେ କେନ୍ଦ୍ର କ୍ୟାବିନେଟ ବୈଠକରେ ସିଏଡିଏସ୍ ପଦବୀକୁ ମଞ୍ଜୁରୀ ମିଳିଥିଲା । ଏହା ସହ ଗତ ଗଣତନ୍ତ୍ର ଦିବସରେ ସିଡିଏସ ପଦବୀ ନେଇ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଘୋଷଣା କରିଥିଲେ ।

Leave a Reply

Your email address will not be published. Required fields are marked *