‘କବୀର ସିଂହ’ ସହ ‘ଆର୍ଟିକଲ 15’ ର ଜବରଦସ୍ତ ଲଢେଇ

 

ମୁମ୍ୱାଇ, 02/07(ଗ୍ରାଉଣ୍ଡଜିରୋଲାଇଭ): ଆୟୁଷ୍ମାନ ଖୁରାନାଙ୍କ ଫିଲ୍ମ ‘ଆର୍ଟିକଲ 15’ 3 ଦିନରେ ହିଁ ବଜେଟ ଆଦାୟ କରିଦେଇଛି । ‘ଆର୍ଟିକଲ 15’ କୁ ସମସ୍ତେ ପସନ୍ଦ କରୁଛନ୍ତି । ସୋସିଆଲ ମିଡିଆରେ ଏହି ଫିଲ୍ମର ବିଷୟବସ୍ତୁ ଉପରେ ଉଭୟ ସପକ୍ଷ ଓ ବିପକ୍ଷରେ ଲେଖାଆସୁଛି । ଫିଲ୍ମକୁ ନେଇ ଯେଉଁପ୍ରକାର ଓଲଟା ପାଲଟା ଆଲୋଚନା ଚାଲିଛି, ତାହାର ପ୍ରଭାବ ବକ୍ସ ଅଫିସ କଲେକ୍ସନ ଉପରେ ପଡୁଥିବା ନଜର ଆସୁଛି । ଟ୍ରେଡ ଆନାଲିଷ୍ଟ ତରଣ ଆଦର୍ଶଙ୍କ ଅନୁଯାୟୀ, ଫିଲ୍ମ ତାର ଚତୁର୍ଥ ଦିନରେ 3.97 କୋଟି କମେଇଛି । ଏହି ହିସାବରେ ଫିଲ୍ମର ଏପର୍ଯ୍ୟନ୍ତ ବକ୍ସ ଅଫିସ କଲେକ୍ସନ ମୋଟ 24.01କୋଟି ହୋଇଯାଇଛି। ୱିକେଣ୍ଡରେ ଫିଲ୍ମର ଆୟକୁ ଦେଖିକି ଚତୁର୍ଥ ଦିନ ବହୁତ ଧମାକେଦାର ରହିବ ବୋଲି ମନେକରାଯାଉଛି । ‘ଆର୍ଟିକଲ 15’ ଏହାର ପ୍ରଥମ ଦିନରେ ଅର୍ଥାତ ଶୁକ୍ରବାର 5.02 କୋଟି, ଶନିବାର 7.25 କୋଟି ଓ ରବିବାର 7.77 କୋଟିର ଆୟ କରିଛି । ଏହି ଫିଲ୍ମର ବଜେଟ ପାଖାପାଖୀ 18 କୋଟି ହେବ ବୋଲି କୁହାଯାଉଛି । ସେପଟେ ଦ୍ୱିତୀୟ ସପ୍ତାହରେ ଶାହିଦ କପୁରଙ୍କ ଅଭିନୀତ ‘କବୀର ସିଂହ’ ଦମଦାର ଆୟ କରିଚାଲିଛି । ହେଲେ ‘ଆର୍ଟିକଲ 15’ ସାମ୍ନାରେ ‘କବୀର ସିଂହ’ର ଆୟ ଫିକା ପଡିଚାଲିଛି । ‘ଆର୍ଟିକଲ 15’ କୁ କ୍ରିଟିକ୍ସ ମଧ୍ୟ ଭଲ ମତ ଦେଇଛନ୍ତି । ଏହି ଫିଲ୍ମରେ ଆୟୁଷ୍ମାନ ଖୁରାନା ଏକ ଆଇପିଏସ ଅଫିସର ଅୟାନ ରଂଜନଙ୍କର ଭୂମିକାରେ ନଜର ଆସୁଛନ୍ତି, ଯିଏକି ନିଜ ଦେଶକୁ ବହୁତ ଭଲପାଉଛି । ଅୟାନଙ୍କର ପୋଷ୍ଟିଙ୍ଗ ଗୋଟେ ଗାଁରେ ହେଉଛି ଯେଉଁଠାରେକି ଦୁଇଟି ଝିଅଙ୍କର ବଳାତ୍କାର କରି ଗଛରେ ଟାଙ୍ଗିଦିଆଯାଇଛି । ପୁଲିସ, ପ୍ରଶାସନ ଏହି କେସକୁ ରଫା ଦଫା କରିବାର ଆପ୍ରାଣ ପ୍ରଚେଷ୍ଠା କରୁଛନ୍ତି । ଏହି ପୂରା ଯାତ୍ରାରେ ତାଙ୍କୁ ଅନେକ କଠୋର ସତ୍ୟତାର ସାମ୍ନା କରିବାକୁ ପଡୁଛି । ଆୟୁଷ୍ମାନ ଖୁରାନାଙ୍କ ବ୍ୟତୀତ ଫିଲ୍ମରେ ଈଶା ତଲୱାର, ସାୟନୀ ଗୁପ୍ତା, କୁମୁଦ ମିଶ୍ରା, ମନୋଜ ପାହୱାଙ୍କ ଭଳି ଷ୍ଟାର ମୁଖ୍ୟ ଭୂମିକାରେ ଅଛନ୍ତି । ଏହା ପୂର୍ବରୁ ଆୟୁଷ୍ମାନଙ୍କ ଫିଲ୍ମ ‘ବଧାଇ ହୋ’ ଓ ‘ଅନ୍ଧାଧୁନ’ ବକ୍ସ ଅଫିସରେ ଭଲ ଆୟ କରିଥିଲା ।

Leave a Reply

Your email address will not be published. Required fields are marked *