ଟ୍ରେନ ଧକ୍କାରେ ୪ଟି ହାତୀଙ୍କ ମୃତ୍ୟୁ

ଝାରସୁଗୁଡା, ୧୬/୦୪(ଗ୍ରାଉଣ୍ଡଜିରୋ ଲାଇଭ): ରେଳ ଲାଇନ ପାର ହେଉଥିବା ବେଳେ ଟ୍ରେନ ଧକ୍କାରେ ୪ଟି ହାତୀଙ୍କ ମୃତ୍ୟୁ । ଝାରସୁଗୁଡ଼ା ବାଗଡିଗି ରେଂଜର ତେଲଡିହି ଫାଟକ ନିକଟରେ ଆଜି ଭୋର ସମୟରେ ଏହି ଦୁର୍ଘଟଣା ହୋଇଛି । ମୃତ ହାତୀଙ୍କ ମଧ୍ୟରେ ୨ଟି ମାଈହାତୀ, ଗୋଟିଏ ଦନ୍ତା ଓ ଗୋଟିଏ ଛୁଆ ହାତୀ ରହିଛନ୍ତି । ଆଜି ସକାଳେ ଚାରୋଟି ହାତୀ ରେଳ ଲାଇନ ପାର ହେଉଥିବା ବେଳେ ଏକ ମାଲବାହୀ ଟ୍ରେନ୍‌ ଧକ୍କା ଦେଇଥିଲା । ଘଟଣାସ୍ଥଳରେ ହିଁ ୪ ହାତୀଙ୍କର ମୃତ୍ୟୁ ହୋଇଛି । ହାତୀଙ୍କ ମୃତ ଦେହ ପଡ଼ି ରହିଥିବାରୁ କିଛି ସମୟ ପାଇଁ ଟ୍ରେନ୍‌ ଚଳାଚଳା ବାଧାପ୍ରାପ୍ତ ହୋଇଥିଲା । ଜେସିବି ସାହାଯ୍ୟରେ ମୃତ ହାତୀଗୁଡ଼ିକୁ ଉଠାଯିବା ପରେ ଟ୍ରେନ ଚଳାଚଳ ସ୍ୱାଭାବିକ ହୋଇଥିବା ଜଣାପଡ଼ିଛି । ତେବେ ଏହି ଦୁର୍ଘଟଣା ପାଇଁ ସ୍ଥାନୀୟ ଲୋକମାନେ ରେଳବାଇ କର୍ତ୍ତୃପକ୍ଷ ଓ ବନ ବିଭାଗକୁ ଦାୟୀ କରିଛନ୍ତି ।

Leave a Reply

Your email address will not be published. Required fields are marked *