ଫୋନିକୁ ପୁରିଲା ମାସେ

ପୁରୀରେ ଲ୍ୟାଣ୍ଡଫଲ କରିଥିବା ମହା ପ୍ରଳୟଙ୍କାରି ବାତ୍ୟା ଫୋନିକୁ ଆଜି ମାସେ ହୋଇଗଲା । ଆଜିକୁ ମାସେ ତଳେ ଫୋନି ଯେଉଁ ଭୟଙ୍କର ରୂପ ଧାରଣ କରିଥିଲା ତାହା ସମସ୍ତ ଓଡିଶା ବାସିଙ୍କ ଛାତିକୁ ଥରାଇ ଦେଇଥିଲା ଏବଂ ବ୍ୟାପକ କ୍ଷୟ କ୍ଷତି ମଧ୍ୟ କରିଥିଲା । ଫୋନିର ପ୍ରଭାବ ଯେହେତୁ ପୁରୀ, ଭୁବନେଶ୍ୱର ଓ କଟକ ଉପରେ ଅଧିକରୁ ଅଧିକ ଅନୁଭୂତ ହୋଇଥିଲା ସେଥି ପାଇଁ ସେସବୁ ଅଂଚଳରେ ବ୍ୟାପକ ମାତ୍ରାରେ କ୍ଷୟ କ୍ଷତି ହୋଇଥିଲା ଯେଉଁଥିରେ କି ଆଜି ପର୍ଯ୍ୟନ୍ତ ସୁଧାର ଆସି ନାହିଁ । ବାତ୍ୟା ଫୋନି ସିନା ଚାଲି ଯାଇଛି ହେଲେ ଦେଇଯାଇଛି ଅନେକ ଦୁଃଖ । କାହାର ଘର ଭାଙ୍ଗିଯାଇଛି ତ କିଏ ଖାଇବାକୁ ପାଉନି ଆଉ କିଏ ଅନ୍ଦକାରରେ ରାତି ବିତାଉଥିଲେ । ବିଶେଷ କରି ବିଦ୍ୟୁତ୍ ଓ ପାଣି ସମସ୍ୟା ଅଧିକରୁ ଅଧିକ ମାତ୍ରାରେ ଦେଖା ଦେଇଥିଲା । ବାତ୍ୟାରେ ବିଦ୍ୟୁତ୍ ଖୁଣ୍ଟ ସବୁ ଉପୁଡି ପଡିଥିବାରୁ ବିଦ୍ୟୁତ୍ ବ୍ୟବସ୍ଥା ଠପ୍ ହୋଇଯାଇଥିଲା ବାତ୍ୟା ଫୋନିକୁ ଆଜି ମାସେ ହୋଇଗଲା କିନ୍ତୁ ଲୋକ ମାନେ ଆଜିବି ବିପତିରୁ ସୁଧାର ପାଇନାହାନ୍ତି ଏବଂ ଅନେକ ସ୍ଥାନରେ ବିଦ୍ୟୁତ୍ ମଧ୍ୟ ପହଂଚି ପାରିନାହିଁ । ବାତ୍ୟାରେ ଯୋଉଁ ସବୁ ଲୋକ ମାନଙ୍କର ବାସ ଗୃହ ଭାଙ୍ଗି ଯାଇଥିଲା ସେମାନଙ୍କୁ ଆଜି ପର୍ଯ୍ୟନ୍ତ ମଧ୍ୟ ସରକାର କ୍ଷତି ପୁରଣ ଦେଇନାହାନ୍ତି ଏବଂ ଅନେକ ଲୋକ ମାନଙ୍କ ପଖରେ ମଧ୍ୟ ରିଲିଫି ପନହଂଚି ପରିନାହିଁ । ଏମଧ୍ୟରେ ଭୋଟ ଗଣତି ଶେଷ ହୋଇ ଓଡିଶାରେ ନବୀନ ସରକାର ପଂଚମ ଥର ପାଇଁ ସରକାର ଗଢିଲେଣି, ହେଲେ ଲୋକ ମାନଙ୍କର ଅସୁବିଧାକୁ ଆଜି ପର୍ଯ୍ୟନ୍ତ ଦୁର କରିପାରିନାହାନ୍ତି ପ୍ରଶାସନ । ଆଗକୁ ଦେଖାଯିବ ସରକାର ତାଙ୍କ ଏହି ନୂତନ ଇଂନିସିରେ କେଉଁ ରଣ ନିତି ପ୍ରଯୋଗ କରିବେ ।

Leave a Reply

Your email address will not be published. Required fields are marked *