ଜାନୁୟାରୀ ୬ରେ ନୂତନ ବର୍ଷର ପ୍ରଥମ ସୂର୍ଯ୍ୟପରାଗ, ଜାଣନ୍ତୁ କେଉଁ ରାଶିର ବ୍ୟକ୍ତିଙ୍କୁ ମିଳିବ ସୌଭାଗ୍ୟ

ଭୁବନେଶ୍ୱର, ୦୪/୦୧(ଗ୍ରାଉଣ୍ଡଜିରୋ ଲାଇଭ):
ଜାନୁୟାରୀ ୬ରେ ନୂତନ ବର୍ଷ ୨୦୧୯ର ପ୍ରଥମ ସୂର‌୍ୟ୍ୟପରାଗ ହେବାକୁ ଯାଉଛି । ଭାରତୀୟ ସମୟ ଭୋର୍‌ ୪ଟା ୫ରୁ ପୂର୍ବାହ୍ନ ୯ଟା ୧୮ ପର‌୍ୟ୍ୟନ୍ତ ଏହି ସୂର‌୍ୟ୍ୟପରାଗ ରହିବ କିନ୍ତୁ ଭାରତକୁ ଏହା ଦୃଶ୍ୟମାନ ହେବ ନାହିଁ  । ଜ୍ୟୋତିଷଶାସ୍ତ୍ରୀ ମତ ଅନୁଯାୟୀ ଏହାର ପ୍ରଭାବରେ ସିଂହ, ତୁଳା, ବିଛା, ମକର, ମୀନ,ମିଥୁନ, କର୍କଟ ରାଶିର ବ୍ୟକ୍ତିଙ୍କ ସୌଭାଗ୍ୟ ବୃଦ୍ଧି ହେବାର ସମ୍ଭାବନା ରହିଛି । ଏହାର ମୁଖ୍ୟ ପ୍ରଭାବ ୟୁରୋପ, ମଧ୍ୟ ଏସିଆ, ଆଫ୍ରିକା, ଆମେରିକା ଉପରେ ରହିବ । ଚଳିତ ବର୍ଷ  ୩ଟି ସୂର‌୍ୟ୍ୟପରାଗ ଏବଂ ଦୁଇଟି ଚନ୍ଦ୍ରଗ୍ରହଣ ହେବାକୁ ଥିବା ବେଳେ ଦ୍ୱିତୀୟ ସୂର‌୍ୟ୍ୟପରାଗ ଜୁଲାଇ ୨ରେ ଭାରତୀୟ ସମୟ ରାତି ୧୧ଟା ୩୧ରୁ ୨ଟା ୧୭ ପର‌୍ୟ୍ୟନ୍ତ ରହିବ । ସେହିପରି ତୃତୀୟ ପରାଗ ଡିସେମ୍ବର ୨୬ ଭାରତୀୟ ସମୟ ସକାଳ ୮ଟା ୧୭ରୁ ପୂର୍ବାହ୍ନ ୧୦ଟା ୫୭ ପର‌୍ୟ୍ୟନ୍ତ ରହିବ । ସେପରି ବର୍ଷର ପ୍ରଥମ ଚନ୍ଦ୍ର ଗ୍ରହଣ ଜାନୁୟାରୀ ୨୧ ପୂର୍ବାହ୍ନ ୯ଟା ୩ରୁ ମଧ୍ୟାହ୍ନ ୧୨ଟା ୨୦ ପର‌୍ୟ୍ୟନ୍ତ ରହିବାକୁ ଥିବା ବେଳେ ଜୁଲାଇ ୧୬ ମଧ୍ୟାହ୍ନ ୧ଟା ୩୧ରୁ ଅପରାହ୍ନ ୪ଟା ୪୦ ପର‌୍ୟ୍ୟନ୍ତ ଦ୍ୱିତୀୟ ଚନ୍ଦ୍ରଗ୍ରହଣ ରହିବ ବୋଲି ଜ୍ୟୋତିଷଶାସ୍ତ୍ରରୁ ଜଣାପଡିଛି । ଜୁଲାଇ ୧୬ରେ ହେଉଥିବା ଚନ୍ଦ୍ରଗ୍ରହଣ ଓ ଡିସେମ୍ବର ୨୬ରେ ହେବାକୁଥିବା ସୂର‌୍ୟ୍ୟପରାଗର ବିଶେଷ ପ୍ରଭାବ ଭାରତ ଉପରେ ପଡିବ ।

Leave a Reply

Your email address will not be published. Required fields are marked *