ବଡ଼ ମେଡିକାଲରେ ଅଗ୍ନିକାଣ୍ଡ

କଟକ, ୨୫/୬(ଗ୍ରାଉଣ୍ଡଜିରୋ ଲାଇଭ): କଟକ SCB ମେଡ଼ିକାଲ୍‌ର କାଜୁଆଲ୍‌ଟି ବିଲ୍ଡିଂରେ ଅଗ୍ନିକାଣ୍ଡ । ବିଲ୍ଡିଂର ଟ୍ରମା ଆଇସିୟୁ ଏବଂ ସେଣ୍ଟ୍ରାଲ ଆଇସିୟୁରେ ଅଗ୍ନିକାଣ୍ଡ ଘଟିଥିବା ଜଣାପଡ଼ିଛି। ଅଗ୍ନିକାଣ୍ଡରେ ଆଇସିୟୁର ଏସି ଜଳି ଯାଇଥିବା ସହ ଅକ୍ସିଜେନ୍‌ ପାଇପ ଲିକ୍‌ ହୋଇଥିବା ଜଣାପଡ଼ିଛି । ଏକ ବଡ ଧରଣର ଦୁର୍ଘଟଣାରୁ ରୋଗୀମାନେ ଅଳ୍ପକେ ରକ୍ଷା ପାଇଯାଇଛନ୍ତି । କୌଣସି ବ୍ୟକ୍ତିଙ୍କର କିଛି କ୍ଷୟକ୍ଷତି ହୋଇ ନ ଥିବାବେଳେ ରୋଗୀ  ଓ ସମ୍ପର୍କୀୟ ମାନେ ଭୟଭୀତ ହୋଇ ରହିଥିବା ଦେଖାଯାଇଛି । ସୂଚନା ଅନୁସାରେ, ଆଜି ଭୋରରୁ ଘଡ଼ଘଡ଼ି ମାରିବାରୁ ସଟ୍ ସର୍କିଟ୍ ହୋଇ ଏହି ଅଗ୍ନିକାଣ୍ଡ ଘଟିଥିବା କୁହାଯାଉଛି । ଘଟଣାସ୍ଥଳରେ ଅଗ୍ନିଶମ ବିଭାଗ ଓ ବିଦ୍ୟୁତ ବିଭାଗ କର୍ମଚାରୀମାନେ ପହଂଚି ନିଆଁକୁ ଆୟତ୍ତ କରିଥିବାବେଳେ ମରାମତି କାମ ଜାରି ରହିଛି ।

Leave a Reply

Your email address will not be published. Required fields are marked *