ଫନି କ୍ଷୟକ୍ଷତି ନେଇ ସରିଲା କେନ୍ଦ୍ରୀୟ ଟିମର ଅନୁଧ୍ୟାନ

ଭୁବନେଶ୍ୱର, ୧୫/୦୫(ଗ୍ରାଉଣ୍ଡଜିରୋ ଲାଇଭ):

ଦୁଇ ଦିନ ଧରି ବାତ୍ୟା ପ୍ରଭାବିତ ଅଂଚଳ ପରିଦର୍ଶନ ପରେ ଆଜି ସଚିବାଳୟରେ ମୁଖ୍ୟ ଶାସନ ସଚିବଙ୍କ ସହିତ ଆଲୋଚନା କରିଛନ୍ତି କେନ୍ଦ୍ରୀୟ ଟିମ । ପ୍ରାଥମିକ ଅନୁଧ୍ୟାନ ଅନୁଯାୟୀ ୧୨ ହଜାର କୋଟି ଟଙ୍କାର କ୍ଷୟକ୍ଷତି ଆକଳନ କରାଯାଇଛି । ବିଦ୍ୟୁତ ସେବା କ୍ଷେତ୍ରରେ କିଛି ନିୟମ ପରିବର୍ତନ କରିବା ପାଇଁ କେନ୍ଦ୍ରକୁ ସୁପାରିସ କରାଯାଇଥିବା ମୁଖ୍ୟ ଶାସନ ସଚିବ ସୂଚନା ଦେଇଛନ୍ତି । ଅନ୍ୟପଟେ, ଭାରତ ସରକାର ସବୁବେଳେ ଓଡିଶା ସରକାରଙ୍କ ସାଥିରେ ଅଛନ୍ତି ବୋଲି ବାତ୍ୟା ପ୍ରଭାବିତ ଅଂଚଳ ପରିଦର୍ଶନରେ ଆସିଥିବା କେନ୍ଦ୍ରୀୟ ଅଧିକାରୀ ମତବ୍ୟକ୍ତ କରିଛନ୍ତି । ସେ କହିଛନ୍ତି ଯେ,  ପ୍ରଥମ ଥର ପାଇଁ ଏଭଳି ହୋଇଛି, ଯେଉଁଥିରେ କି କୌଣସି ଆପଦକାଳୀନ ସ୍ଥିତିର ମାତ୍ର ୧୦ ଦିନ ମଧ୍ୟରେ କୌଣସି କେନ୍ଦ୍ରୀୟ ଦଳ ସ୍ଥିତି ଅନୁଧ୍ୟାନ ପାଇଁ ଆସିଛନ୍ତି । ଆମ ଟିମ୍ ଗତ ଦୁଇ ଦିନ ମଧ୍ୟରେ ବହୁ ଜାଗା ବୁଲି ଦେଖିଛନ୍ତି । ତେବେ ଫନି ଯୋଗୁଁ ପୁରୀ ଜିଲ୍ଲା ଅଧିକ କ୍ଷତିଗ୍ରସ୍ତ ହୋଇଛି । ସେହିଭଳି ବାକି ଅଂଚଳରେ ବି ବ୍ୟାପକ କ୍ଷୟ କ୍ଷତି ଘଟିଛି । କିନ୍ତୁ ରାଜ୍ୟ ସରକାର ଯେଉଁ ଗତିରେ କାମ କରିଛନ୍ତି ତାହା ନିଶ୍ଚୟ ପ୍ରଶଂସାଯୋଗ୍ୟ ।

Leave a Reply

Your email address will not be published. Required fields are marked *