ଫନି ପରେ ପୁଣି ଖୋଲିଲା କୋଣାର୍କ ସୂର୍ଯ୍ୟ ମନ୍ଦିର

କୋଣାର୍କ, ୧୪/୦୫(ଗ୍ରାଉଣ୍ଡଜିରୋ ଲାଇଭ):

ବାତ୍ୟା ‘ଫନି’ ଯୋଗୁ ବିଶ୍ୱ ପ୍ରସିଦ୍ଧ କୋଣାର୍କ ସୂର୍ଯ୍ୟ ମନ୍ଦିର ୧୧ ଦିନ ବନ୍ଦ ରହିବା ପରେ ପର୍ଯ୍ୟଟକଙ୍କ ପାଇଁ ମଙ୍ଗଳବାର ପୁଣିଥରେ ଖୋଲିଛି। ମାନୁଆଲ ଟିକେଟ୍‌ ଦେଇ ପର୍ଯ୍ୟଟକଙ୍କୁ ଭିତରକୁ ଛଡ଼ାଯାଉଛି। ମନ୍ଦିର ଖୋଲିବା ନେଇ ଏଏସ୍ଆଇ ଡିଜି ସୂଚନା ଦେଇଥିଲେ। ଗତ ୩ ତାରିଖରେ ବାତ୍ୟା ‘ଫନି’ ପ୍ରଭାବରେ ମନ୍ଦିର ପରିସର ଧ୍ୱସ୍ତ ବିଧ୍ୱସ୍ତ ହୋଇଯାଇଥିଲା। ବଡ଼ ବଡ଼ ଗଛ ଉପୁଡ଼ି ପଡ଼ିଥିଲା। ଫଳରେ ସୌନ୍ଦର୍ଯ୍ୟ ହରାଇଥିଲା କୋଣାର୍କ ମନ୍ଦିର। ଏଣୁ ପର୍ଯ୍ୟଟକଙ୍କ ପାଇଁ ମନ୍ଦିର ବନ୍ଦ ରଖାଯାଇଥିଲା।

Leave a Reply

Your email address will not be published. Required fields are marked *