ଟ୍ରେନ ବଗିରୁ ବିସ୍ଫୋରକ ଜବତ

ଝାରସୁଗୁଡ଼ା, ୨୭/୦୪(ଗ୍ରାଉଣ୍ଡଜିରୋ ଲାଇଭ): ଟ୍ରେନ ବଗିରୁ ବିସ୍ଫୋରକ ଜବତ । ଝାରସୁଗୁଡ଼ା ରୋଡ ରେଳ ଷ୍ଟେସନ୍‌ରେ ଏକ୍ସପ୍ରେସ୍‌ରୁ ବିସ୍ଫୋରକ ସାମଗ୍ରୀ ଜବତ ହୋଇଛି । ଆଲ୍ଲେପି – ଧାନ୍‌ବାଦ ଏକ୍ସପ୍ରେସ୍‌ ଝାରସୁଗୁଡା ରୋଡ ଷ୍ଟେସନରେ ଅଟକି ଥିବା ବେଳେ ବିସ୍ଫୋରକ ଭର୍ତ୍ତି ଏକ ପ୍ଲାଷ୍ଟିକ ବ୍ୟାଗ ଜବତ କରାଯାଇଛି । ଗାଡ଼ି େଷ୍ଟସନରେ ଥିବା ବେଳେ ଏକ ଅଜଣା ବ୍ୟାଗରେ ନିଁଅା ଲାଗିଯାଇଥିଲା । ଏହାକୁ ନେଇ ଯାତ୍ରୀମାନେ ଆତଙ୍କିତ ହୋଇ ପଡିଥିଲେ । ବିସ୍ଫୋରକ ସାମଗ୍ରୀ ଥିବା ସନ୍ଦେହକରି ଯାତ୍ରୀମାନେ ଭୟରେ ପାଟି କରିବାରୁ ଜିଆରପି ଘଟଣାସ୍ଥଳରେ ପହଞ୍ଚି ବିସ୍ଫୋରକକୁ ବାହାରକୁ ଫୋପାଡିଥିଲେ । ପ୍ଲାଷ୍ଟିକ ବ୍ୟାଗରେ ୭ ଟି ବିସ୍ଫୋରକ ରହିଥିବା ଜଣାପଡିଛି । ବୋମା ନିଷ୍କ୍ରିୟକାରୀ ଦଳ ଷ୍ଟେସନ୍‌ରେ ପହଁଚି ବୋମା ଗୁଡ଼ିକୁ ଯାଞ୍ଚ କରିଥିଲେ । ଜିଆରପି ପକ୍ଷରୁ ଯାଞ୍ଚ କରାଯିବାପରେ ଟ୍ରେନ୍‌ଟି ରାଉରକେଲା ଯାଇଥିଲା । ଏହି ବିସ୍ଫୋରକ କେଉଁଠୁ ଓ କିଏ ଏହାକୁ ଆଣିଥିଲା ସେ ନେଇ ଜିଆର୍‌ପି ତଦନ୍ତ ଆରମ୍ଭ କରିଛି ।

Leave a Reply

Your email address will not be published. Required fields are marked *