ଇଭିଏମ୍‌ରେ ହେବେ ନିର୍ବାଚନ,ବାଲଟ ପେପର ଆବେଦନ ସୁପ୍ରିମ୍‌କୋର୍ଟରେ ଖାରଜ

ନୂଆଦିଲ୍ଲୀ,୨୪/୧୧(ଗ୍ରାଉଣ୍ଡଜିରୋ ଲାଇଭ):
ଇଭିଏମ୍‌ ମେସିନ୍‌ରେ ହିଁ ହେବ ନିର୍ବାଚନ । ବାଲଟ ପେପରରେ ନିର୍ବାଚନ କରାଇବା ପାଇଁ କରାଯାଇଥିବା ଏକ ଆବେଦନ ଗୁୁରୁବାର ଦିନ ସୁପ୍ରିମ୍‌କୋର୍ଟରେ ଖାରଜ ହୋଇଯାଇଛି । ସୁପ୍ରିମ୍‌କୋର୍ଟର ପ୍ରଧାନ ବିଚାରପତି ରଞ୍ଜନ ଗୋଗୋଇଙ୍କ ନେତୃତ୍ୱରେ ଗଠିତ ଖଣ୍ଡପୀଠ ଏହି ମାମଲାର ବିଚାର କରି କହିଛନ୍ତି ଯେ, ପ୍ରତ୍ୟେକ ମେସିନ୍‌ରେ ତ୍ରୁଟି ଏବଂ ଦୂରପଯୋଗର ସମ୍ଭାବନା ଅଛି । ସେଭଳି ହେଖିବାକୁ ଗଲେ ପ୍ରତିଟି ପ୍ରଣାଳୀରେ ମଧ୍ୟ ଭୁଲ୍‌ ହେବାର ଆଶଙ୍କା ମଧ୍ୟ ରହିଛି । କିନ୍ତୁ ସେଥିପାଇଁ ଇଭିଏମ୍‌ ପରିବର୍ତ୍ତେ ବାଲଟ ପେପରରେ ଭୋଟିଂ କରାଯିବ ନାହିଁ ।
ସୂଚନା ଅନୁସାରେ , କେତେକ ରାଜନୈତିକ ଦଳ ବିଶେଷ କରି ବିରୋଧି ଦଳଗୁଡିକ ଇଭିଏମ୍‌ ମେସିନ୍‌ର ବିଶ୍ୱାସନୀୟତା ଉପରେ ପ୍ରଶ୍ନ ଉଠାଇ ଏହି ବ୍ୟବସ୍ଥାର ପରିବର୍ତ୍ତନ କରାଯିବା ପାଇଁ ସୁପ୍ରିମ୍‌କୋର୍ଟରେ ଆବେଦନ ଦାଖଲ କରିଥିଲେ ।

Leave a Reply

Your email address will not be published. Required fields are marked *