ଚା କପ୍ ରେ ମୋଦିଙ୍କ ପ୍ରଚାର କାର୍ଯ୍ୟକ୍ରମ, ରେଳବାଇକୁ ଇସିଙ୍କ ତାଗିଦ୍

30/03(ଗ୍ରାଉଣ୍ଡଜିରୋ ଲାଇଭ) : 
ନିର୍ବାଚନ ଯେତେ ପାଖେଇ ଆସୁଛି ସମସ୍ତେ ପରସ୍ପର ପ୍ରତି ଆରୋପ ପ୍ରତ୍ୟାରୋପରେ ଲାଗିପଡୁଛନ୍ତି । ଆଉ ତାହାରି ଭିତରେ ଦେଖିବାକୁ ମିଳୁଛୁ ନୂଆ ନୂଆ ଅଭିଯୋଗ । ଏବେ ପୁଣି ସେମିତି ଏକ ଅଭିଯୋଗ ଆସିଛି ରେଳବାଇ ନାଁରେ । ନିୟମ ଉଲ୍ଲଂଘନ କରି ଭୋଟରଙ୍କୁ ପ୍ରଭାବିତ କରିବା ଲାଗି ଉଦ୍ୟମ ଅଭିଯୋଗ ହୋଇଛି । ଟ୍ରେନରେ ଦିଆଯାଉଥିବା ଚା କପ୍ ରେ ପ୍ରଧାନମନ୍ତ୍ରୀ ମୋଦିଙ୍କ ‘ମୈ ଭି ଚୌକିଦାର’ କାର୍ଯ୍ୟକ୍ରମ ବିଷୟରେ ଲେଖାଥିବା ଅଭିଯୋଗ ଆସିଛି । ଏ ନେଇ ରେଳ ମନ୍ତ୍ରଣାଳୟକୁ ନିର୍ବାଚନ କମିଶନ ନୋଟିସ୍ କରିଛନ୍ତି । ଶତାବ୍ଦୀ ଏକ୍ସପ୍ରେସର ଜଣେ ଯାତ୍ରୀ ମୈ ଭି ଚୌରିଦାର ସ୍ଲୋଗାନ ଲେଖାଥିବା ଏକ କାଗଜ କପ୍  ସୋସିଆଲ ମିଡିଆରେ ପୋଷ୍ଟ କରିବା ପରେ ଏଭଳି ଖବର ସମ୍ନାକୁ ଆସିଥିଲା । ତେବେ ତୁରନ୍ତ ରେଳବାଇ ଏ ଦିଗରେ କଠୋର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରି କପ୍ ପାଇଁ ଠିକା କଣ୍ଟ୍ରାକ୍ଟରଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ନେଇଛି । ଏହା ସହ କାଗଜ କପ୍ ପ୍ରତ୍ୟାହାର କରିନେଇଥିବା କହିଛି । ସଙ୍କଳ୍ପ ଫାଉଣ୍ଡେସନ୍ ନାମକ ଏକ ସ୍ବେଚ୍ଛାସେବୀ ସଂସ୍ଥା ଦ୍ବାରା ଏହି ବିଜ୍ଞାପନ ପ୍ରକାଶ କରାଯାଇଥିଲା । ତେବେ ଏଥିପାଇଁ ଆଇଆରସିଟିସି ପକ୍ଷରୁ କୌଣସି ଅନୁମୋଦନ ନଥିଲା ଏବଂ ଏହି ଘଟଣାର ତଦନ୍ତ ଜାରି ରହିଛି ବୋଲି ରେଳ ବିଭାଗ ପକ୍ଷରୁ କୁହାଯାଇଛି ।

Leave a Reply

Your email address will not be published. Required fields are marked *