ପ୍ରତି ବୁଥରେ ୧୨ ଲେଖାଏଁ ଇଭିଏମ୍, ମିଳିପାରେ ଗିନିଜ ବୁକ୍ ଅଫ୍ ରେକର୍ଡ । ଜାଣନ୍ତୁ କେଉଁଠି….

ହାଇଦ୍ରାବାଦ, ୧୨/୪(ଗ୍ରାଉଣ୍ଡଜିରୋ ଲାଇଭ):
ପ୍ରଥମ ପର୍ଯ୍ୟାୟ ନିର୍ବାଚନରେ ତେଲେଙ୍ଗାନାର ନିଜାମାବାଦ ଲୋକସଭା ଆସନ ଆକର୍ଷଣର କେନ୍ଦ୍ରବିନ୍ଦୁ ଥିଲା । ଏଠାରେ 185 ଜଣ ପ୍ରାର୍ଥୀ ମଇଦାନକୁ ଓହ୍ଲାଇଛନ୍ତି ସେମାନଙ୍କ ମଧ୍ୟରୁ 178 ଜଣ ଚାଷୀ ଥିବା ଜଣାପଡିଛି । ତେଣୁ ପ୍ରତ୍ୟେକ ବୁଥରେ 12ଟି ଲେଖାଏଁ ଇଭିଏମ୍ ବ୍ୟବହାର କରାଯାଇଥିଲା । ତେଣୁ ଏହାକୁ ଗିନିଜ ବୁକ୍ ଅଫ୍ ରେକର୍ଡରେ ସ୍ଥାନ ଦେବାକୁ ଆବେଦନ କରିଛନ୍ତି ତେଲେଙ୍ଗାନା ନିର୍ବାଚନ ଅଧିକାରୀ । ତେଲେଙ୍ଗାନା ନିର୍ବାଚନ ଅଧିକାରୀ ରଜତ କୁମାରଙ୍କ ସୂଚନା ମୁତାବକ ଏହି ଆସନରେ ଭୋଟିଂ ପାଇଁ 27 ହଜାର ଇଭିଏମର ବ୍ୟବହାର କରାଯାଇଥିଲା, ଯାହାକି ଇତିହାସରେ ପ୍ରଥମ । ରାଜ୍ୟରେ ଚାଷୀଙ୍କୁ ତାଙ୍କର ଉତ୍ପାଦର ଉଚିତ୍ ମୂଲ୍ୟ ନମିଳୁଥିବା ଅଷନ୍ତୋଷ ବ୍ୟକ୍ତ କରି ଏତେ ସଂଖ୍ୟାରେ ଚାଷୀମାନେ ପ୍ରାର୍ଥୀ ହେବା ପାଇଁ ନିଷ୍ପତ୍ତି ନେଇଥିଲେ । ତେବେ ପୂର୍ବରୁ ଏହି ଲୋକସଭା ଆସନରେ ବାଲାଟ୍ ପେପରରେ ଭୋଟ୍ ହେବ ବୋଲି କୁହାଯାଉଥିଲା ।

Leave a Reply

Your email address will not be published. Required fields are marked *