ଆଇସିସିର ହଲ ଅଫ ଫେମରେ ରାହୁଲ ଦ୍ରାବିଡ

ଦୁବାଇ,୦୨/୦୭(ଗ୍ରାଉଣ୍ଡଜିରୋ ଲାଇଭ) : ଆଇସିସି ପକ୍ଷରୁ ହଲ ଅଫ ଫେମରେ କିଛି ଖେଳାଳିଙ୍କୁ ସାମିଲ କରାଯାଇଛି । ହଲ ଅଫ ଫେମରେ ସେଇ ଖେଳାଳିମାନଙ୍କୁ ସାମିଲ କରାଯାଇଥାଏ ଯେଉଁମାନେ କ୍ରିକେଟ ଇତିହାସରେ ଦୀର୍ଘ ସମୟ ଧରି ଖେଳିବା ସହିତ ଅନେକ ସଫଳତା ହାସଲ କରିଥାନ୍ତି । ଭାରତର ପୂର୍ବ କ୍ରିକେଟିଅର ତଥା ଅଧିନାୟକ ରାହୁଲ ଦ୍ରାବିଡ ଓ ଅଷ୍ଟ୍ରେଲିଆର ପୂର୍ବତନ ଅଧିନାୟକ ରିକି ପଣ୍ଟିଂଙ୍କୁ ତାଙ୍କର ବଡ ସଫଳତା ପାଇଁ ହଲ ଅଫ ଫେମରେ ସାମିଲ କରାଯାଇଛି । ଇଂଲଣ୍ଡର ମହିଳା କ୍ରିକେଟର କ୍ଲେୟର ଟେଲରଙ୍କୁ ମଧ୍ୟ ରବିବାର ଡବଲିନରେ ହୋଇଥିବା ସମାରୋହରେ ହଲ ଅଫ ଫେମରେ ସାମିଲ କରାଯାଇଛି ।

ହଲ ଅଫ ଫେମରେ ସ୍ଥାନ ପାଇବାରେ ଦ୍ରାବିଡ ହେଉଛନ୍ତି ପଞ୍ଚମ ଭାରତୀୟ ଖେଳାଳି । ପୂର୍ବରୁ ଭାରତର ପୂର୍ବ ଅଧିନାୟକ ବିଷନ ସିଂ ବେଦୀ, ସୁନୀଲ ଗାଭାସ୍କର, କପିଲ ଦେବ ଓ ଅନିଲ କୁମ୍ବଲେଙ୍କୁ ଏହି ହଲ ଅଫ ଫେମରେ ସାମିଲ କରାଯାଇ ସାରିଛି । ରିକି ପଣ୍ଟିଂ ଏହି ସଫଳତା ହାସଲ କରିବାରେ ଅଷ୍ଟ୍ରେଲିଆର ୨୫ ତମ କ୍ରିକେଟର ।
ଦ୍ରାବିଡ ମୋଟ ୧୬୪ଟି ଟେଷ୍ଟରୁ ୩୬ଟି ଶତକ ସହାୟତାରେ ସଂଗ୍ରହ କରିଥିଲେ ୧୩୨୮୮ ରନ ଏବଂ ୩୪୪ଟି ଦିନିକିଆରୁ ୧୨ଟି ଶତକ ସହାୟତାରେ ୧୦୮୮୯ ରନ ସଂଗ୍ରହ କରିଥିଲେ । ଏଥିସହିତ ହଲ ଅଫ ଫେମରେ ସ୍ଥାନ ଦେଇଥିବାରୁ ଆଇସିସିକୁ ଧନ୍ୟବାଦ ଦେଇଛନ୍ତି ଦ୍ରାବିଡ ।

Leave a Reply

Your email address will not be published. Required fields are marked *