କେଉଁମାନଙ୍କୁ ପ୍ରଣାମ କରିବା ଅନୁଚିତ

ଭାରତୀୟ ସଂସ୍କୃତିରେ ନମସ୍କାରର ଏକ ସ୍ୱତନ୍ତ୍ର ସ୍ଥାନ ରହିଛି । ଏହା ମନରେ ଏକ ସକରାତ୍ମକ ଭାବନା ଜାତ କରିଥାଏ  । ଆମ ସଂସ୍କୃତିରେ ସାଧାରଣତଃ ଛୋଟମାନେ ବଡମାନଙ୍କୁ ମର୍ଯ୍ୟାଦା ଦେବା ପାଇଁ ନମସ୍କାର କରିଥାନ୍ତି  । କିନ୍ତୁ ପ୍ରତ୍ୟେକ କ୍ଷେତ୍ରରେ ନମସ୍କାର କରିବା ଗ୍ରହଣୀୟ ହୋଇନଥାଏ  । ତେବେ ଜାଣିରଖିବା ଆସନ୍ତୁ କେଉଁମାନଙ୍କୁ ନମସ୍କାର କରିବା ଅନୁଚିତ  ।

-ଦେବ ପୂଜା କରୁଥିବା ବ୍ୟକ୍ତିଙ୍କୁ ନମସ୍କାର କରିବା ଅନୁଚିତ  ।
-ମନ୍ଦିର ମଧ୍ୟରେ ଥିବା ପୂଜକଙ୍କୁ ନମସ୍କାର କରନ୍ତୁ ନାହିଁ  ।
-ଶୌଚ ଯାଉଥିବା ବା ଶୌଚରୁ ଫେରୁଥିବା ବ୍ୟକ୍ତିଙ୍କୁ ନମସ୍କାର କରିବା ଅନୁଚିତ  ।
-ବେଦ, ଗୀତା, ଚଣ୍ଡି ଓ ଗାୟତ୍ରୀ ପାଠ କରୁଥିବା ସମୟରେ ନମସ୍କାର କରିବାକୁ ବାରଣ କରାଯାଇଛି  ।
-ଭୋଜନ କରୁଥିବା ସମୟରେ ନମସ୍କାର କରିବା ଅଗ୍ରହଣୀୟ  ।
-ରୋଗଶଯ୍ୟାରେ ଗଡୁଥିବା ବ୍ୟକ୍ତିଙ୍କୁ ନମସ୍କାର କରିବା କଥା ନୁହେଁ  ।
-ମନ୍ଦିର ଭିତରେ ଗୁରୁଜନ ମାନଙ୍କୁ ନମସ୍କାର କରନ୍ତୁ ନାହିଁ  ।
-ସ୍ନାନ କରୁଥିବା କିମ୍ବା ଜଳ ମଧ୍ୟରେ ଥାଇ ତର୍ପଣ କରୁଥିବା ବ୍ୟକ୍ତିଙ୍କୁ ନମସ୍କାର କରିବା ଅନୁଚିତ  ।
-ପଦ୍ମ ପୁରାଣ ମତ ଅନୁଯାୟୀ , ଏହି ସମସ୍ତ ସ୍ଥାନରେ ନମସ୍କାର କଲେ ଦେବତା ମାନେ ଅଭିଶାପ ଦେଇଥାନ୍ତି  ।

Leave a Reply

Your email address will not be published. Required fields are marked *