ଡଲଫିନ୍ ଗଣନା ଆରମ୍ଭ

ଭୁବନେଶ୍ୱର, ଜାନୁଆରୀ ୧୯(ଗ୍ରାଉଣ୍ଡଜିରୋ ଲାଇଭ):

ଜି ଭିତରକନିକା ଓ ଅସ୍ତରଙ୍ଗରେ ଡଲଫିନ ଗଣନା ଆରମ୍ଭ ହୋଇଛି । ବନବିଭାଗର କର୍ମଚାରୀଙ୍କ ସହ ବିଶେଷଜ୍ଞମାନେ ଏହି ଗଣନାରେ ସାମିଲ ହୋଇଛନ୍ତି । କେନ୍ଦ୍ରାପଡା ଭିତରକନିକାରେ ଆଜି ସକାଳୁ ଡଲଫିନ ଗଣନା ଆରମ୍ଭ ହୋଇଛି । ୯ଟି ଟିମ ଦ୍ୱାରା ଗଣନା ଆରମ୍ଭ ହୋଇଛି । ଏହି ଟିମଗୁଡିକରେ ୨୫ ଜଣ ସଦସ୍ୟ ରହିଥିବା ସୂଚନା ମିଳିଛି । ଗହୀରମଥା, କୁଜଙ୍ଗ, କନିକା, ମହାକାଲପଡା ଓ ରାଜନଗରରେ ଡଲଫିନ ଗଣନା ଜାରି ରହିଛି । ସେହିପରି ଅସ୍ତରଙ୍ଗ ସମୁଦ୍ରରେ ମଧ୍ୟ ଆଜି ସକାଳୁ ଡଲଫିନ ଗଣନା ପାଇଁ ପୁରୀ ବନ୍ୟପ୍ରାଣୀ ବିଭାଗର ଟିମ୍ ପହଂଚି ଯାଇଥିବାବେଳେ ଘନ କୁହୁଡି ପାଇଁ ଏହା ବିଳମ୍ବରେ ଆରମ୍ଭ ହୋଇଛି । ୧୦ଟି ଟିମ ଦ୍ୱାରା ଡଲଫିନ ଗଣନା ଆରମ୍ଭ ହୋଇଥିବା ନେଇ ପୁରୀ ଡିଏଫଓ ସୂଚନା ଦେଇଛନ୍ତି  । ୫ ଜଣ ରେଂଜର, ୨ ଏସିଏଫ, ବିଶେଷଜ୍ଞଙ୍କ ସହ ୩୫ ଜଣ ବନ କର୍ମଚାରୀ ଏହି ଟିମରେ ରହିଛନ୍ତି । ତେବେ ଗତକାଲିଠାରୁ ବ୍ରହ୍ମଗିରି ଅରଖକୁଦାକୁ ଗୋଟିଏ ଟିମ ଡଲଫିନ ଗଣନା ପାଇଁ ଯାଇଥିବାବେଳେ ସେମାନଙ୍କ ଦ୍ୱାରା ଗଣନା ଜାରି ରହିଛି ।

Leave a Reply

Your email address will not be published. Required fields are marked *