ବରିଷ୍ଠ ସାମ୍ବାଦିକ ଦିଲ୍ଲୀପ ଶତପଥୀଙ୍କ ପରଲୋକ

ଭୁବନେଶ୍ୱର,09 ସେପ୍ଟେମ୍ବର (ଗ୍ରାଉଣ୍ଡ ଜିରୋ ଲାଇଭ) :

ବରିଷ୍ଠ ସାମ୍ବାଦିକ ଦିଲ୍ଲୀପ ଶତପଥୀଙ୍କର ଗତ କାଲି ବିଳମ୍ବିତ ରାତ୍ରୀରେ ପରଲୋକ ହୋଇଯାଇଛି । ମୃତ୍ୟୁ ବେଳକୁ ତାଙ୍କୁ ମାତ୍ର ୫୫ ବର୍ଷ ହୋଇଥିଲା । ଦୀର୍ଘଦିନ ଧରି ଶ୍ରୀ ଶତପଥୀ ରକ୍ତ କର୍କଟ ଭଳି ମାରାତ୍ମକ ରୋଗରେ ପୀଡିତ ଥିଲେ । ଗତକାଲି ରାତିରେ ଅଧିକ ଅସୁସ୍ଥ ହୋଇପଡିବାକୁ ତାଙ୍କୁ ଡାକ୍ତରଖାନା ନିଆଯାଇଥିଲା ପରେ ସେଠାରେ ତାଙ୍କ ମୃତ୍ୟୁ ହୋଇଥିଲା । ଓଡିଆ ଦୈନିକ ସମ୍ବାଦ ରୁ ସାମ୍ବାଦିକତା ଜୀବନ ଆରମ୍ଭ କରିଥିବା ଶ୍ରୀ ଶତପଥୀ ୧୯୯୩ ମସିହାରେ ବିଜିନେସ୍‍ ଷ୍ଟାଣ୍ଡାର୍ଡରେ ଯୋଗ ଦେଇଥିଲେ । ବାଣିଜ୍ୟ ବ୍ୟବସାୟ ଉପରେ ତାଙ୍କର ଉଚ୍ଚକୋଟୀର ନିବନ୍ଧ ବିଭିନ୍ନ ଗଣମାଧ୍ୟମରେ ପ୍ରକାଶ ପାଉଥିଲା । ଏଥି ସହିତ ଉଭୟ ରାଜନୈତିକ ଓ ବାଣିଜ୍ୟ କ୍ଷେତ୍ରରେ ସେ ଥିଲେ ଜଣେ ଆଗଧାଡିର ସମୀକ୍ଷକ । ବିଭିନ୍ନ ବୈଦ୍ୟୁତିକ ଗଣମାଧ୍ୟମରେ ସେ ଉପସ୍ଥାପନ କରୁଥିବା ଦୃଢ ଓ ତଥ୍ୟ ଭିତ୍ତିକ ଯୁକ୍ତିକୁ ଦର୍ଶକ ଗ୍ରହଣ କରୁଥିଲେ ।

 

Leave a Reply

Your email address will not be published. Required fields are marked *