୩୭ତମ ଜନ୍ମଦିନ ଅବସରରେ : ସଂକ୍ଷପରେ ଧୋନି

ଭୁବନେଶ୍ୱର,୦୭/୦୭(ଗ୍ରାଉଣ୍ଡଜିରୋ ଲାଇଭ) : ମହେନ୍ଦ୍ର ସିଂ ଧୋନି, ଭାରତୀୟ କ୍ରିକେଟର ଏକ ସ୍ତମ୍ଭ , ଯିଏ ଅସମ୍ଭବକୁ ସମ୍ଭବ କରିବାରେ ବିଶ୍ୱାସ ରଖେ । ପଡିଆରେ ତାଙ୍କର କୁଲ ଅନ୍ଦାଜ ବିଶ୍ୱ କ୍ରିକେଟରେ ତାଙ୍କର ନିଆରା ପରିଚୟ ସୃଷି କରିଛି । କ୍ୟପଟେନ କୁଲଙ୍କର ଆଜି ୩୭ତମ ଜନ୍ମଦିନ । ରେକର୍ଡ ଯାହାଙ୍କ ପିଛା କରିଆସିଛି , ଜନ୍ମଦିନ ଅବସରରେ ଏମ.ଏସ. ଧୋନିଙ୍କ କିଛି ରେକର୍ଡ ଯାହା ତାଙ୍କୁ ଓ ଭାରତକୁ ଭିନ୍ନ ପରିଚୟ ଦେଇଛି ।

ଆଜି ପର୍ଯ୍ୟନ୍ତ ଧୋନି କରିଥିବା ବିଶ୍ୱ ରେକର୍ଡ :-
– ୫୦୦ ଆନ୍ତର୍ଜାତୀୟ କ୍ରିକେଟ ଖେଳିବାରେ ଧୋନି ହେଉଛନ୍ତି ତୃତୀୟ ଭାରତୀୟ ହୋଇଥିବା ବେଳେ ବିଶ୍ୱରେ ନବମ । ଧୋନିଙ୍କ ପୂର୍ବରୁ ଭାରତର ମାଷ୍ଟର ବ୍ଲାଷ୍ଟର ସଚିନ ତେନ୍ଦୁଲକର ଓ ରାହୁଲ ଦ୍ରାବିଡ ଯଥାକ୍ରମେ ୬୬୪ ଓ ୫୦୯ଟି ଲେଖାଏଁ ମ୍ୟାଚ ସହିତ ଏହି କ୍ଳବରେ ସାମିଲ ଅଛନ୍ତି । ଧୋନି ବର୍ତ୍ତମାନ ସୁଦ୍ଧା ୯୦ ଟେଷ୍ଟ, ୩୧୮ ଦିନିକିଆ ଓ ୯୨ଟି ଟି-୨୦ ଖେଳିସାରିଛନ୍ତି ।
ଧୋନିଙ୍କ ବ୍ୟାଟିଂ କ୍ୟାରିୟର :- 
ଟେଷ୍ଟ-  ୪୮୭୬ରନ,୬ ଶତକ, ୩୩ ଅର୍ଦ୍ଧଶତକ
ଦିନିକିଆ- ୯୯୬୭ ରନ, ୧୦ ଶତକ, ୬୭ ଅର୍ଦ୍ଧଶତକ
ଟି-୨୦ ୧୪୫୫ ରନ, ୨ ଅର୍ଦ୍ଧଶତକ

– ୬୦୨ କ୍ୟାଚ ସହ ୧୭୮ ଟି ଷ୍ଟମ୍ପିଂ
– ଧୋନିଙ୍କ ଅଧିନାୟକତ୍ୱରେ କ୍ରିକେଟର ସବୁ ଫର୍ମାଟରେ ଭାରତୀୟ ଦଳ ଏକ ନମ୍ବର ମାନ୍ୟତା ହାସଲ କରିପାରିଛି ।
– ୪୦୦୦ ଟେଷ୍ଟ ରନ ପୂରଣ କରିବାରେ ଧୋନି ପ୍ରଥମ ଭାରତୀୟ ୱିକେଟ ରକ୍ଷକ ।
– ୨୭ଟି ବିଜୟ ସହ ଭାରତର ସବୁଠାରୁ ସଫଳ ଟେଷ୍ଟ ଅଧିନାୟକ । (ସୌରଭ ଗାଙ୍ଗୁଲି ୨୧ଟି)


– ପାକିସ୍ତାନ ବିପକ୍ଷରେ ଧୋନିଙ୍କ ପ୍ରଥମ ଶତକ(୧୪୮ ରନ) , ଭାରତୀୟ ୱିକେଟ ରକ୍ଷକ ଭାବରେ ସବୁଠାରୁ ଦ୍ରୁତତମ ଶତକ ହୋଇଥିବା ବେଳେ ବିଶ୍ୱରେ ଚତୁର୍ଥ ।
– ଦିନିକିଆ କ୍ରିକେଟରେ ୧୦୦ରୁ ଅଧିକ ମ୍ୟାଚ ଜିତିବାରେ ଧୋନି ହେଉଛନ୍ତି ବିଶ୍ୱର ତୃତୀୟ ଅଧିନାୟକ ।
– ଦିନିକିଆରେ ୨୦୦ ଛକା ମାରିବାରେ ଧୋନି ପ୍ରଥମ ଭାରତୀୟ ହୋଇଥିବା ବେଳେ ବିଶ୍ୱରେ ୫ମ ।
– ଦୁଇଥର ଆଇସିସି ଓଡିଆଇ ପ୍ଲେୟାର ଅଫ ଦି ଇୟର (୨୦୦୮ ଓ ୨୦୦୯) ପାଇାବାରେ ବିଶ୍ୱର ପ୍ରଥମ କ୍ରିକେଟର ।
– ୨୦୦୭ରେ ରାଜୀବ ଗାନ୍ଧୀ ଖେଳ ରତ୍ନ ଆୱାର୍ଡରେ ସମ୍ମାନିତ ହୋଇଥିଲେ ଧୋନି ।
– ୨୦୦୯ରେ ପଦ୍ମଶ୍ରୀ ସମ୍ମାନ ଓ ୨୦୧୮ ରେ ପଦ୍ମ ଭୂଷଣ ସମ୍ମାନ ପାଇଥିଲେ ଧୋନି ।
– ଆଇସିସିର ବିଶ୍ୱ ଏକାଦଶ ଟିମରେ ରେକର୍ଡ ସଂଖ୍ୟକ ୮ ଥର ସ୍ଥାନ ପାଇଥିଲେ(୫ଥର ଅଧିନାୟକ ଭାବରେ) ।

ଧୋନି ଜିତିଥିବା ସିରିଜ :-
– ଶ୍ରୀଲଙ୍କା ଓ ନ୍ୟୁଜିଲାଣ୍ଡରେ ଦ୍ୱିପାକ୍ଷିକ ସିରିଜ ବିଜୟ 

– ୨୦୦୭ରେ ଆଇସିସି ଟି-୨୦ ବିଶ୍ୱକପ 

– ୨୦୦୭-୦୮ରେ ସି.ବି ସିରିଜ ବିଜୟ

– ୨୦୧୦ରେ ଏସିଆ କପ ବିଜୟ 

– ୨୦୧୧ରେ ଆଇସିସି କ୍ରିକେଟ ବିଶ୍ୱକପ ବିଜୟ

– ୨୦୧୩ରେ ଆଇସିସି ଚାମ୍ପିୟନ୍ସ ଟ୍ରଫି ବିଜୟ ।

– ଆଇପିଏଲରେ ଧୋନିଙ୍କ ଚେନ୍ନାଇ ସୁପର କିଙ୍ଗ୍ସ ତିନିଥର(୨୦୧୦,୨୦୧୧ ଓ ୨୦୧୮) ଚାମ୍ପିୟନ ହୋଇଥିବା ବେଳେ ଦୁଇଥର(୨୦୧୦ ଓ ୨୦୧୪) ଚାମ୍ପିୟନ ଲିଗ ଟି-୨୦ ମଧ୍ୟ ଜିତିଛି ।
ଆଇସିସିର ତିନୋଟି ଲିମିଟେଡ ଓଭର ଫର୍ମାଟ(ଦିନିକିଆ ବିଶ୍ୱକପ,ଚାମ୍ପିୟନ୍ସ ଟ୍ରଫି ଓ ଟି-୨୦ ବିଶ୍ୱକପ)ରେ ଟ୍ରଫି ଜିତିଥିବା ବିଶ୍ୱର ପ୍ରଥମ ଅଧିନାୟକ ହେଉଛନ୍ତି ମହେନ୍ଦ୍ର ସିଂ ଧୋନି ।

Leave a Reply

Your email address will not be published. Required fields are marked *