୨୨ରୁ ପାସିୟନ କ୍ଲବର ଦିବାରାତ୍ର କ୍ରିକେଟ ଟୁର୍ଣ୍ଣାମେଣ୍ଟ

ଭୁବନେଶ୍ୱର, ୨୦/୨ (ଗ୍ରାଉଣ୍ଡ ଜିରୋ ଲାଇଭ):

ପାସିଆନ କ୍ଲବ, ଏମ୍‌.ଏଲ.ଏ କଲୋନୀ, ୟୁନିଟ-୪ ଭୁବନେଶ୍ୱରର ଏକ ଅଗ୍ରଣୀ କ୍ଲବ । ଦୀର୍ଘ ୧୫ ବର୍ଷ ଧରି ଏହି କ୍ଲବ ବିଭିନ୍ନ ସାଂସ୍କୃତି ଓ ସାମାଜି କାର୍ଯ୍ୟ କରି ଆଦୃତ ହୋଇଆସୁଛି । ଏହି କାର୍ଯ୍ୟଗୁଡ଼ିକ ମଧ୍ୟରେ ସ୍ୱଚ୍ଛ ଭାରତ, ଟ୍ରାଫିକ ସଚେତନତା, ବୃକ୍ଷରୋପଣ, ବେଟି ବଚାଓ ବେଟୀ ପଢାଓ, ଗଣେଶ ପୂଜା ଇତ୍ୟାଦି ଅନ୍ୟତମ । ବିଶେଷକରି ଏହି କ୍ଲବ କ୍ରିକେଟର ଉନ୍ନତି ପାଇଁ ଯୁବ ଖେଳାଳିମାନଙ୍କୁ ଉତ୍ସାହିତ କରିବା ସଙ୍ଗେ ସଙ୍ଗେ ଦୀର୍ଘ ୫ ବର୍ଷ ଧରି କ୍ରିକେଟ ଟୁର୍ଣ୍ଣାମେଣ୍ଟ ଆୟୋଜନ କରି ଆସୁଅଛି । ଚଳିତବର୍ଷ ମଧ୍ୟ ଏହି କ୍ଲବ ଆସନ୍ତା ଫେବୃୟାରୀ ୨୨ ଏବଂ ୨୩ ଦୁଇଦିନ ଧରି ଦିବାରାତ୍ର କ୍ରିକେଟ ଟୁର୍ଣ୍ଣାମେଣ୍ଟ ଆୟୋଜନ କରିବାକୁ ଯାଉଅଛି । ଏହି ଟୁର୍ଣ୍ଣାମେଣ୍ଟରେ ବିଜେତା ଦଳକୁ ୨୦ ହଜାର ଟଙ୍କା ସହ ଟ୍ରଫି ଓ ଉପବିଜେତା ଦଳକୁ ୧୨ ହଜାର ଟଙ୍କା ସହ ଟ୍ରଫି ସହିତ ପ୍ରତ୍ୟେକ ମ୍ୟାଚର ମ୍ୟାନ୍ ଅଫ ଦି ମ୍ୟାଚ, ମ୍ୟାନ ଅଫ ଦି ସିରିଜ୍ ଓ ସବୁଠାରୁ ଶୃଙ୍ଖଳିତ ଦଳକୁ ମଧ୍ୟ ପୁରସ୍କୃତ କରାଯିବାକୁ ନିଷ୍ପତ୍ତି ନିଆଯାଇଛି । ଆଜିର ସଭାରେ ଟୁର୍ଣ୍ଣାମେଣ୍ଟର ଟ୍ରଫିକୁ ଉଦ୍‌ଘାଟନ କରାଯିବା ସଙ୍ଗେ ସଙ୍ଗେ କାର୍ଯ୍ୟସୂଚୀର ନିର୍ଦ୍ଧାରଣ କରାଯାଇଥିଲା । ପ୍ରକାଶଥାଉକି ଏହି ଟୁର୍ଣ୍ଣାମେଣ୍ଟରେ କଟକ ଓ ଭୁବନେଶ୍ୱରର ୧୬ଟି ଦଳ ଭାଗ ନେବେ । ଆଜିର ସଭାରେ ପାସିଅନ କ୍ଲବର ସଭାପତି ଅଶୋକ କୁମାର ପଲାଇ, ପୂର୍ବତନ କର୍ପୋରେଟର ନରେନ କୁମାର ସାହୁ ଓ କ୍ଲବର ସମସ୍ତ ସଭ୍ୟବୃନ୍ଦ ଉପସ୍ଥିତ ଥିଲେ । ଶେଷରେ ସଭାପତି ସମସ୍ତଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ ।

Leave a Reply

Your email address will not be published. Required fields are marked *