ବଲିଉଡକୁ ଆଉ ଫେରିବେନି ‘ଦଙ୍ଗଲ’ ଗାର୍ଲ ଜାୟରା ବସିନ

ମୁମ୍ବାଇ,୩୦ଜୁନ୍ (ଗ୍ରାଉଣ୍ଡ ଜିରୋ ଲାଇଭ):

ବଲିଉଡକୁ ସବୁଦିନ ପାଇଁ ବାଏ ବାଏ କରୁଛନ୍ତି ‘ଦଙ୍ଗଲ’ ଗାର୍ଲ ଜାୟରା ବସିନ । ସେ ଆକ୍ଟିଂ କରିବେନି ବୋଲି ନିଜେ ତାଙ୍କ ଇନଷ୍ଟ୍ରାଗ୍ରାମରେ ପୋଷ୍ଟ କରିଛନ୍ତି । ଇସଲାମ ଧର୍ମ ଯୋଗୁଁ ଦଙ୍ଗଲ ଗାର୍ଲ ଜାୟରା ୱସିମ୍‌ ବଲିଉଡ ଛାଡିବା ନେଇ ଲେଖିଛନ୍ତି । ସେ ଲେଖିଛନ୍ତି, ‘ମୁଁ କନଫେସ କରୁଛି ଯେ, ବହୁତ ଲମ୍ବା ସମୟ ଧରି ମୁଁ ଡିପ୍ରେସନରେ ରହିଛି’ । ଆଗକୁ ସେ ଲେଖିଛନ୍ତି ଯେ, ‘୫ ବର୍ଷ ପୂର୍ବରୁ ସେ ନେଇଥିବା ଏହି ନିଷ୍ପତି ତାଙ୍କ ଜୀବନ ବଦଳାଇ ଦେଇଥିଲା । ଲୋକମାନଙ୍କ ଠାରୁ ତାଙ୍କୁ ଅନେକ ସ୍ନେହ ଓ ଭଲପାଇବା ମିଳିଛି । ଯାହାକୁ ସେ କେବେ ବି ଆଶା କରି ନଥିଲେ’ । ସେ ଆହୁରି ମଧ୍ୟ ଲେଖିଛନ୍ତି, ‘ସେ ଯଦିଓ ଏଠାରେ ଫିଟ୍ ଅଛନ୍ତି ମାତ୍ର, ସେ ଏଠାର ନୁହନ୍ତି । ଆଉ ଏହି ରାସ୍ତା ତାଙ୍କୁ ତାଙ୍କ ଆଲ୍ହାଙ୍କ ଠାରୁ ଦୂରେଇ ଦେଉଛି’ ବୋଲି ସେ କହିଛନ୍ତି । ଜାୟରା ଫିଲ୍ମ ‘ଦଙ୍ଗଲ’ରେ ଦମଦାର ଅଭିନୟ କରିି ବେଶ ଚର୍ଚ୍ଚାରେ ରହିଥିଲେ । ଏହାସହ ସେ ନ୍ୟାସନାଲ ଆୱାର୍ଡ ମଧ୍ୟ ବିଜୟୀ ହୋଇଥିଲେ ।

 

Leave a Reply

Your email address will not be published. Required fields are marked *