ବିଜେଡିକୁ ଫେରି ପାରନ୍ତି ଦାମ

ଭୁବନେଶ୍ୱର, ୦୭/୦୬(ଗ୍ରାଉଣ୍ଡଜିରୋଲାଇଭ୍): ବିଜେଡିକୁ ଫେରିପାରନ୍ତି ବରିଷ୍ଠ ବିଜେପି ନେତା ଦାମୋଦର ରାଉତ । ଏକଥା ତାଙ୍କ ପୁଅ ସମ୍ବିତ ରାଉତ କହିଛନ୍ତି । ବାପା ବିଜେପି ମଙ୍ଗ ଧରିକି ଖୁସି ନାହାନ୍ତି ବୋଲି ସେ ଅନୁମାନ କରି ଏହା ଦର୍ଶାଇଛନ୍ତି ଏବଂ ଏହା ମଧ୍ୟ କହିଛନ୍ତି ଯେ ବିଜେଡି ସଭାପତି ନବୀନ ପଟ୍ଟନାୟକ ଚାହିଁଲେ ବାପା ଦଳକୁ ଫେରି ଆସିପାରନ୍ତି । ଦାମ ବାବୁ ଜଣେ ଭିନ୍ନ ଲୋକ ନୁହନ୍ତି । ଏହି ଦଳବଦଳ ଦୌଡରେ ସେ ଆଉ ଥରେ ଭାଗ ନେଇ ପାରିବେ,କାରଣ ରାଜନୀତିରେ ସବୁକିଛି ସମ୍ଭବ । ବିଜେଡି ଛାଡି ବିଜେପିରେ ଯୋଗ ଦେଇଥବା ନିଷ୍ପତିକୁ ହୁଏତ ଲୋକେ ଗ୍ରହଣ କରିପାରିଲେ ନାହିଁ, ସେଥିପାଇଁ ବୋଧ ହୁଏ ଏ ବର୍ଷ ନିର୍ବାଚନରେ ବାପା ପରାଜୟ ହୋଇଛନ୍ତିା ଏନେଇ ଦାମଙ୍କ ପ୍ରତିକ୍ରିୟା ମିଳିପାରି ନାହିଁ ।

Leave a Reply

Your email address will not be published. Required fields are marked *